ପ୍ରମୁଖ ଖବର

କୋଇଲା କ୍ଷେତ୍ରରେ AI ବ୍ୟବହାରକୁ ଗୁରୁତ୍ୱ, ଏମସିଏଲ ସହ ଆଇଆଇଏମ ସମ୍ବଲପୁରର ଚୁକ୍ତି
ସୋମନାଥରେ ୭୫ ବର୍ଷ ପୂର୍ତ୍ତି ଉତ୍ସବ: ସାମିଲ ହେବେ ପ୍ରଧାନମନ୍ତ୍ରୀ
ଫ୍ୟାଶନ ଜଗତରୁ ଶାସନ ସତ୍ତା ପର୍ଯ୍ୟନ୍ତ; ବଙ୍ଗର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ ଅଗ୍ନିମିତ୍ରା
ତାମିଲନାଡ଼ୁରେ ସରକାର ଗଢ଼ିବ ଟିଭିକେ, ରାଜ୍ୟପାଳଙ୍କ ନିକଟରେ ଦାବି ପେଶ କଲେ ବିଜୟ
ସୁଦୃଢ଼ ହେବ ଓଡ଼ିଶା-ବଙ୍ଗ ସମ୍ପର୍କ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଦିଦିଙ୍କ ଦୁର୍ଗ ଭାଙ୍ଗିଲା: ଅମିତ ଶାହ

କୋଇଲା ଖଣିରେ ବିସ୍ଫୋରଣ

0

୭ ଶ୍ରମିକ ମୃତ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ବୀରଭୂମର କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ। ପ୍ରାଣ ହରାଇଲେ ୭ ଶ୍ରମିକ। ସେହିପରି ଅନେକ ଆହତ ହୋଇଛନ୍ତି। ବୀରଭୂମ ଜିଲ୍ଲା ଲୋକପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଏହି ଅଘଟଣ ଘଟିଛି। ତେବେ ଏହାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ।

ସ୍ଥାନୀୟ ପୁଲିସ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି। ଖଣି ଭିତରେ କେତେ ଜଣ ଶ୍ରମିକ କାମ କରୁଥିଲେ ସେ ନେଇ କୌଣସି ସୂଚନା ମିଳିନାହିଁ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ପାର୍କିଂ ହୋଇଥିବା ଗାଡ଼ିଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି। କମ୍ପାନୀର ନାମ ହେଉଛି ଗଙ୍ଗରାମଚକ୍ ମାଇନିଂ ପ୍ରାଇଭେଟ ଲିମିଟେଡ୍ (ଜିଏମପିଏଲ)। କୋଇଲା କ୍ରସିଂ ସମୟରେ ଖଣିରେ ଏହି ବିସ୍ଫୋରଣ ହୋଇଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପୋଲିସ, ଆଗ୍ନିଶମ ବାହିନୀ ଓ ଅମ୍ବୁଲାନ୍ସ ଘଟଣାସ୍ଥଳରେ ନିୟୋଜିତ ଅଛି।

Leave A Reply

Your email address will not be published.