ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

କୋଇଲା ଖଣିରେ ବିସ୍ଫୋରଣ

0

୭ ଶ୍ରମିକ ମୃତ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ବୀରଭୂମର କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ। ପ୍ରାଣ ହରାଇଲେ ୭ ଶ୍ରମିକ। ସେହିପରି ଅନେକ ଆହତ ହୋଇଛନ୍ତି। ବୀରଭୂମ ଜିଲ୍ଲା ଲୋକପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଏହି ଅଘଟଣ ଘଟିଛି। ତେବେ ଏହାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ।

ସ୍ଥାନୀୟ ପୁଲିସ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି। ଖଣି ଭିତରେ କେତେ ଜଣ ଶ୍ରମିକ କାମ କରୁଥିଲେ ସେ ନେଇ କୌଣସି ସୂଚନା ମିଳିନାହିଁ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ପାର୍କିଂ ହୋଇଥିବା ଗାଡ଼ିଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି। କମ୍ପାନୀର ନାମ ହେଉଛି ଗଙ୍ଗରାମଚକ୍ ମାଇନିଂ ପ୍ରାଇଭେଟ ଲିମିଟେଡ୍ (ଜିଏମପିଏଲ)। କୋଇଲା କ୍ରସିଂ ସମୟରେ ଖଣିରେ ଏହି ବିସ୍ଫୋରଣ ହୋଇଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପୋଲିସ, ଆଗ୍ନିଶମ ବାହିନୀ ଓ ଅମ୍ବୁଲାନ୍ସ ଘଟଣାସ୍ଥଳରେ ନିୟୋଜିତ ଅଛି।

Leave A Reply

Your email address will not be published.