ପ୍ରମୁଖ ଖବର

ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ପ‌ରିବେଶ ପଞ୍ଚାୟତରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାଜ ନିୱାସଠାରେ ଆୟୋଜିତ ଏକ ସମାରୋହରେ ଆପ୍ ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି, ଉପରାଜ୍ୟପାଳ ଭିକେ ସାକ୍ସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି
ତାଙ୍କ ସହ ଆପ୍ ବିଧାୟକ ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୈଲାସ ଗେହଲୋଟ୍, ଇମ୍ରାନ ହୁସେନ୍ ଏବଂ ମୁକେଶ ଅହଲୱାତ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି
ବାୟୁସେନାର ନୂଆ ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ ସିଂ
ଗିରଫ ହେଲେ ଗ୍ରାମ୍ୟ ନିର୍ମାଣ ମଣ୍ଡଳର ଭାରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଏନ.ଭି ହରିହର ରାଓ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

୪୦% ଅଞ୍ଚଳରେ ୨୯ ଯାଏ ଲକ୍ ଡାଉନ୍

0

ଭୁବନେଶ୍ବର: ରାଜ୍ୟ ସରକାର ଆସନ୍ତାକାଲି ଅର୍ଥାତ୍ ୨୨ ତାରିଖ ଠାରୁ ୨୯ ତାରିଖ ଯାଏ ଲକ୍ ଡାଉନ୍ ନିର୍ଦେଶନାମା ଜାରି କରିଛନ୍ତି। ମାରାତ୍ମକ ଭୂତାଣୁ କରୋନା ବାଟ ଓଗାଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କଟକଣା କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କୁ ନିବେଦନ କରି କହିଛନ୍ତି, ଗତ ଦୁଇମାସ ମଧ୍ୟରେ ଦୁନିଆ ବଦଳିଯାଇଛି। ରାଜନୀତି, ଅର୍ଥନୀତି ସବୁକିଛି ପଛରେ ପକାଇ ସ୍ବାସ୍ଥ୍ୟ ସମସ୍ୟା ସାରା ବିଶ୍ବ ପାଇଁ ଏକ ବହୁତ ବଡ଼ ଆହ୍ବାନ ଭାବେ ମୁଣ୍ଡଟେକିଛି। ଚୀନ ଓ ସାଉଥକୋରିଆ ଠାରୁ ଆରମ୍ଭ କରି ନିକଟରେ ଆମେରିକା, ବିଟ୍ରେନ୍ ଓ ଅନ୍ୟ ୟୁରୋପୀୟ ଦେଶମାନଙ୍କ ପାଇଁ କରୋନା ଭାଇରସ୍ ଗୁରୁତର ସମସ୍ୟା ସୃଷ୍ଟି କରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତମାନ ଏହି ଭାଇରସ୍ ଭାରତରେ ମଧ୍ୟ ପହଞ୍ଚିଯାଇଛି। ଭାରତରେ କୋଭିଡ ୧୯ ରୋଗୀଙ୍କ ସଂଖ୍ୟା ବଢୁଛି। ଏହି ଭାଇରସ୍ ବାହାରୁ ଆସିଛି। ଏହାର କୌଣସି ନିର୍ଦିଷ୍ଟ ଚିକିତ୍ସା ନାହିଁ। କେବଳ ସଚେତନତା ଦ୍ବାରା ହିଁ ଏହାକୁ ରୋକାଯାଇପାରିବ। ତେଣୁ ଅନୁରୋଧ, ରାଜ୍ୟବାସୀ ସମସ୍ତେ ଘରେ ରହନ୍ତୁ। ଘରେ ରହିଲେ, ନିଜେ ଓ ନିଜର ପରିବାର ସୁରକ୍ଷିତ ରହିପାରିବେ। ଏହି ଭୂତାଣୁକୁ ଘରେ ପଶିବାକୁ ଦିଅନ୍ତୁ ନାହିଁ।

ଏହି ରଣନୀତିକୁ ପାଳନ କରି ଚୀନର ଉହାନ୍ ପ୍ରଦେଶ କୋରନା ଭୂତାଣୁକୁ ଅଟକାଇ ଦେଇପାରିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତମାନ ସମୟ ଆସିଛି ଆମେ ମଧ୍ୟ ଏହି ରଣନୀତି ଆପଣାଇବା। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ ପାଇଁ ବାହାରକୁ ଯିବା। ତାହା ହେଲେ ଆମେ ମଧ୍ୟ ଏହି ଯୁଦ୍ଧ ଜିତିବା। ଆସନ୍ତା ସପ୍ତାହ ଓଡ଼ିଶା ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ଗତ କିଛି ଦିନ ମଧ୍ୟରେ ବିଦେଶରୁ ୩ହଜାରରୁ ଅଧିକ ଲୋକ ଓଡ଼ିଶାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି, ଖୋର୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର। ତେଣୁ ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର, ରୋଡ ଓ ଯାଜପୁର ଟାଉନରେ ମାର୍ଚ୍ଚ ୨୨ ଅର୍ଥାତ୍ ଆସନ୍ତାକାଲି ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ଯାଏ ପ୍ରାୟ ସମ୍ପୂର୍ଣ୍ଣ ଲକ୍ ଡାଉନ୍ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଏହି ଲକ୍ ଡାଉନ୍ ସମୟରେ ବସ, ଟ୍ରେନ୍ ଓ ବିମାନ ସେବା ସହିତ ସଉଦା ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରୋଲ ପମ୍ପ ଓ ମେଡିସିନ୍ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ୍ସ ମାର୍କେଟ ମଧ୍ୟ ଖୋଲା ରହିବ। ସେହିପରି ଏସବୁ ଅଞ୍ଚଳରେ ଡାକ୍ତରଖାନା ବ୍ୟାଙ୍କ, ଏଟିଏମ୍, ମ୍ୟୁନିସପାଲିଟି ସେବା, ପୁଲିସ , ଅଗ୍ନିଶମ ସେବା, ଓଡ୍ରାଫ,. ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ। ପ୍ରଶାସନିକ କାର୍ଯ୍ୟାଳୟ ବି ଖୋଲା ରହିବ।

ସାଢେ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର ବୋଲି ସୂଚନା ଦେଇ ନବୀନ କହିଛନ୍ତି, ପ୍ରତିଟି ରାଜ୍ୟବାସୀଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ। ଏଣୁ ସରକାରଙ୍କ ନିଷ୍ପତ୍ତିରେ ଲୋକେ ସହଯୋଗ କରନ୍ତୁ । ନିଜର , ନିଜ ପରିବାର ଏବଂ ବନ୍ଧୁମାନଙ୍କ ମଙ୍ଗଳ ପାଇଁ ଘରେ ରହନ୍ତୁ। ପୁଣି ଥରେ ଅନୁରୋଧ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତେ ଘରେ ରହନ୍ତୁ, ସୁରକ୍ଷିତ ରୁହନ୍ତୁ, କେବଳ ଘରେ ରହିଲେ ହିଁ ଘରେ ଜିତି ହେବ।

Leave A Reply

Your email address will not be published.