ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ରସାୟନ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାର

0

ନ୍ୟୁଜ ବ୍ୟୁରୋ: ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ଚଳିତ ବର୍ଷର ନୋବେଲ ପୁରସ୍କାର। କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ଲାଗି ୩ ଜଣଙ୍କୁ ମିଳିବ ସମ୍ମାନଜନକ ନୋବେଲ। ସେମାନେ ହେଲେ ଡାଭିଡ ବକର, ଡେମିସ ହସାବିସ ଓ ଜନ ଏମ. ଜମ୍ପର। ଏନେଇ ଘୋଷଣା କରିଛି ରୟାଲ ସୁଇଡିସ ଏକାଡେମି। ରସାୟନ ବିଜ୍ଞାନ ଲାଗି ମିଳୁଥିବା ନୋବେଲ ପ୍ରାଇଜର ଅଧାଭାଗ ପାଇବେ ଡାଭିଡ ବକର। ଅନ୍ୟ ଦୁଇଜଣ ଡେମିସ ହସାବିସ ଓ ଜନ. ଏମ ଜମ୍ପର ଅଧା ଭାଗ ପାଇବେ।

ଆମେରିକାର ୱାଶିଂଟନ ବିଶ୍ବବିଦ୍ୟାଳୟର ଡାଭିଡ ବକର। ସେହିପରି ପ୍ରୋଟିନ ସଂରଚନା ଲାଗି ଗୁଗଲ ଡିପମାଇଣ୍ଡ, ଲଣ୍ଡନର ଡେମିସ ହସାବିସ ଓ ଜନ ଜମ୍ପର ନୋବେଲ ପାଇବେ। ଗତବର୍ଷ ଏହି ବର୍ଗରେ ନୋବେଲ ପାଇଥିଲେ ମୌଙ୍ଗି ଜି. ବାୱେଣ୍ଡି, ଲୁଇ ଇ. ବ୍ରୁସ ଓ ଆଲେକ୍ସି ଏକିମୋଭ। ୨୦୦୩ରେ ଡାଭିଡ ବାକେର ୱାଶିଂଟନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିଲେ। ସେତେବେଳେ ସେ ବେଶ ସଫଳତାର ସହ ଏହି ବ୍ଲକଗୁଡ଼ିକୁ ବ୍ୟବହାର କରି ଗୋଟିଏ ନୂଆ ପ୍ରୋଟିନ ଡିଜାଇନ କରିଥିଲେ। ଏହା ଅନ୍ୟ ପ୍ରୋଟିନଗୁଡ଼ିକ ଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲା।

Leave A Reply

Your email address will not be published.