ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଆର ପାରିରେ ରତନ ଟାଟା

0

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ରତନ ଟାଟା ବୁଧବାର ମୁମ୍ବାଇର ଏକ ଡାକ୍ତରଖାନାରେ ପ୍ରାଣ ତ୍ୟାଗ କରିଛନ୍ତି। ଭେଟେରାନ ଶିଳ୍ପପତି ତଥା ଟାଟା ସନ୍ସ ଚେୟାରମ୍ୟାନ୍ ରତନ ଟାଟାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳୁଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।

ସୂଚନା ଅନୁସାରେ , ପୂର୍ବରୁ ସୋମବାର ମଧ୍ୟ ଖବର ଆସିଥିଲା ଯେ, ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କିଛି ସମୟ ପରେ ରତନ ଟାଟା ନିଜେ ଏହି ଖବରକୁ ଖଣ୍ଡନ କରିଥିଲେ। ନିୟମିତ ପରୀକ୍ଷା କରାଇବା ଲାଗି ସେ ମେଡିକାଲ ଯାଇଥିବା କହିଥିଲେ। ଏଥିସହିତ ସେ କହିଥିଲେ ଯେ “ମୋର ଅସୁସ୍ଥତା ସମ୍ବନ୍ଧରେ ପ୍ରଚାରିତ ହେଉଥିବା ଗୁଜବ ବିଷୟରେ ମୁଁ ଅବଗତ ଅଛି। ସମସ୍ତଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏହି ଦାବିଗୁଡ଼ିକ ଭିତ୍ତିହୀନ। ମୋର ବୟସ ଏବଂ ତତଜନିତ ମେଡିକାଲ ଚେକଅପ୍ ପାଇଁ ହେତୁ ମୁଁ ବର୍ତ୍ତମାନ ଡାକ୍ତରୀ ଯାଞ୍ଚ କରୁଛି। ଚିନ୍ତା କରିବାର କୌଣସି କାରଣ ନାହିଁ। ତେବେ ଜନସାଧାରଣ ଏବଂ ଗଣମାଧ୍ୟମ ଭୁଲ ତଥ୍ୟ ବିସ୍ତାରରୁ ନିବୃତ୍ତ ରହିବାକୁ ସେ ଅନୁରୋଧ କରିଥିଲେ”।

Leave A Reply

Your email address will not be published.