ଜାପାନ: ୨୦୨୪ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଜାପାନର ସାମାଜିକ ସଙ୍ଗଠନ ନିହୋନ ହିଡାନକ୍ଯୋକୁ ମିଳିବ ନୋବେଲ ଶାନ୍ତି ପୁରସ୍କାର। ପରମାଣୁ ଅସ୍ତ୍ରଶସ୍ତ୍ର ବିରୋଧରେ ଅଭିଯାନ ଜାରି ରଖିଥିବାରୁ ଏହି ପୁରସ୍କାର ପ୍ରଦାନ କରାଯିବ। ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରିବା ସହ ପରମାଣୁ ଅସ୍ତ୍ର ବିରୋଧରେ ପ୍ରଚାର ତଥା ସଚେତନତା ପାଇଁ ଏହି ସଙ୍ଗଠନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ‘ନିହୋନ୍ ହିଡାନ୍କ୍ୟୋ’ ସଂଗଠନର କହିବାକଥା, ବିଶ୍ୱରେ ଆଉ କେବେ ବି ପରମାଣୁ ଅସ୍ତ୍ର ବ୍ୟବହାର କରାଯିବା ଉଚିତ ନୁହେଁ। ଏପରି ମହନୀୟ ଚିନ୍ତାଧାରା ଏବଂ ଉଦ୍ୟମ ପାଇଁ ଆଜି ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ବିଜେତା ଭାବେ ଘୋଷିତ କରାଯାଇଛି।
ନରୱେ ନୋବେଲ କମିଟି ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଟ ୨୮୬ ଜଣ ପ୍ରାର୍ଥୀଙ୍କ ଆବେଦନ ଗ୍ରହଣ କରିଥିଲା। ସେମାନଙ୍କ ମଧ୍ୟରୁ ଜାପାନର ନିହୋନ୍ ହିଡାନକିଓ ସଂଗଠନ ଉପରେ ମୋହର ବାଜିଛି। ଗତ ବର୍ଷ ଅର୍ଥାତ୍ ୨୦୨୩ରେ ଇରାନର ସାମ୍ବାଦିକ ତଥା ମାନବାଧିକାର କର୍ମୀ ନର୍ଗିସ୍ ମହମ୍ମଦ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ