ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

କଟକକୁ ଖୁବଶୀଘ୍ର ସ୍ମାର୍ଟସିଟି କରାଯିବ: ମୁଖ୍ୟମନ୍ତ୍ରୀ

0

କଟକ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଏବେ ସ୍ମାର୍ଟସିଟି ହେବ କଟକ। ଆଜି କଟକରେ ପୂଜା ମଣ୍ତପ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗମୀ ଦିନରେ କଟକ ସ୍ମାର୍ଟସିଟି ହେବ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ପ୍ରାୟ ୪୦ଟି ପୂଜା ମଣ୍ତପ ଦର୍ଶନ କଲି । କଟକ ସହର ହେଉଛି ଭାଇଚାରାର ସହର। ଏଭଳି ପୂଜା ସାରା ବିଶ୍ୱରେ କେଉଁଠି ଅଛି ମୁଁ ଦେଖିନାହିଁ। ଏହା ମୋର ସୌଭାଗ୍ୟ ଯେ, ମୁଁ ଆଜି ମାଆଙ୍କ ଦର୍ଶନ କଲି। କଟକରେ ଭାଇଚାରା ରହିଆସିଛି। କଟକର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମେ ଧ୍ୟାନ ଦେବୁ।

ଆଗାମୀ ଦିନରେ ଓଡ଼ିଶା ସମୃଦ୍ଧ ଓଡ଼ିଶା ହେବ। ଓଡ଼ିଶାକୁ କଟକ ସହ ସମୃଦ୍ଧି ଆଣନ୍ତୁ ବୋଲି ପ୍ରାର୍ଥନା କଲି । ତେଣୁ କଟକକୁ ଖୁବଶୀଘ୍ର ସ୍ମାର୍ଟସିଟି କରାଯିବ। କଟକରେ ପୂଜାମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ। ୩୪ ମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ନେଲେ ମୋହନ ମାଝୀ । ଖାନନଗରରେ ଦହିବରା ଆଳୁଦମ ଖାଇଲେ। ସଂଧ୍ୟାରେ କେନ୍ଦୁଝର ଯାଇ ମାଆଙ୍କୁ ଦର୍ଶନ କରିବେ।

ମୁଖ୍ୟମନ୍ତ୍ରୀ ଆଜି କଟକ ଗସ୍ତ କରି ବିଭିନ୍ନ ପୂଜା ମଣ଼୍ଡପରେ ମାଆଙ୍କୁ ଦର୍ଶନ କରି ପୁଷ୍ପାଞ୍ଜଳି ଦେବା ସହ ଆଳତି କରିଥିଲେ। ଏହା ସହିତ କଟକର ଦହିବରା ଆଳୁଦମ ମଧ୍ୟ ଖାଇଛନ୍ତି।

Leave A Reply

Your email address will not be published.