ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ପାଲି ଭାଷା ଅଧ୍ୟୟନ ପାଇଁ ଓଡ଼ିଶାରେ ହେବ ସ୍ୱତନ୍ତ୍ର କେନ୍ଦ୍ର

0

ଭୁବନେଶ୍ବର: ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ କୋରାପୁଟ ଜିଲା ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା (ସିୟୁଓ)ରେ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ଏନେଇ ଅନୁମୋଦନ ଦେଇଛି।
ଅକ୍ଟୋବର ୧, ୨୦୨୬ରେ ଜାରି ଅଫିସ ମେମୋରାଣ୍ଡମ ଅନୁଯାୟୀ, ଦେଶରେ ୫ଟି ଶାସ୍ତ୍ରୀୟ ଭାଷା ପାଇଁ ଏଭଳି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଆସାମୀୟ ପାଇଁ ତେଜପୁର ବିଶ୍ୱବିଦ୍ୟାଳୟ, ବଙ୍ଗଳା ପାଇଁ ବିଶ୍ୱଭାରତୀ, ମରାଠୀ ପାଇଁ ଡେକାନ କଲେଜ, ପାଲି ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏବଂ ପ୍ରାକୃତ ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଜରାଟକୁ ଚୟନ କରାଯାଇଛି।

ପ୍ରସ୍ତାବିତ କେନ୍ଦ୍ରରେ ପାଲି ଭାଷା ଓ ସାହିତ୍ୟର ଗବେଷଣା ସହ ଐତିହାସିକ ଦସ୍ତାବିଜର ଡିଜିଟାଇଜେସନ, ସଂରକ୍ଷଣ ଓ ପ୍ରସାର ଉପରେ ଗୁରୁତ୍ୱ ଦିଆଯିବ। ପାଲି ସମ୍ପର୍କିତ ଉଚ୍ଚମାନର ଗବେଷଣା ପାଇଁ ଏହି କେନ୍ଦ୍ର ଏକ ପ୍ରମୁଖ ଶିକ୍ଷା ଓ ଗବେଷଣା ମଞ୍ଚ ଭାବେ କାର୍ଯ୍ୟ କରିବ। ସିୟୁଓରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବ। ଓଡ଼ିଶାର ଉଚ୍ଚଶିକ୍ଷା ଓ ଭାଷା ଗବେଷଣା କ୍ଷେତ୍ରକୁ ନୂଆ ଦିଗ ଦେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.