ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଆଇସ୍‌କ୍ୟୁବ୍‌ ନ୍ୟୁଟ୍ରିନୋ ଗବେଷଣା ପାଇଁ ଫ୍ରାନ୍‌ସିସ ହାଲ୍‌ଜେନଙ୍କୁ ଫିଜିକ୍ସରେ ନୋବଲ୍ ପୁରସ୍କାର

0

ନ୍ୟୁଜ୍ ବ୍ୟୁରୋ:ଚଳିତ ବର୍ଷ ପଦାର୍ଥ ବିଜ୍ଞାନ (ଫିଜିକ୍ସ)ରେ ନୋବେଲ୍‌ ପୁରସ୍କାର ପାଇଁ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଫ୍ରାନ୍ସିସ୍ ହାଲ୍‌ଜେନଙ୍କୁ ଚୟନ କରାଯାଇଛି। ଆଇସ୍‌କ୍ୟୁବ୍‌ ନ୍ୟୁଟ୍ରିନୋ ଅବଜରଭେଟୋରିରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଗବେଷଣା ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯିବ ବୋଲି ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଘୋଷଣା କରାଯାଇଛି।

ବେଲଜିୟମ୍‌-ଆମେରିକୀୟ ବୈଜ୍ଞାନିକ ହାଲ୍‌ଜେନ୍ ୱିସ୍‌କନସିନ୍‌-ମ୍ୟାଡିସନ୍ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନର ପ୍ରଫେସର ଅଛନ୍ତି। ଆଇସ୍‌କ୍ୟୁବ୍‌ ନ୍ୟୁଟ୍ରିନୋ ଅବଜରଭେଟୋରି ମାଧ୍ୟମରେ ଅତ୍ୟଧିକ ଶକ୍ତିଶାଳୀ ନ୍ୟୁଟ୍ରିନୋର ଅଧ୍ୟୟନ ଓ ବ୍ରହ୍ମାଣ୍ଡର ଉଚ୍ଚ-ଶକ୍ତି ଘଟଣା ସମ୍ପର୍କରେ ତାଙ୍କ ଗବେଷଣା ବିଜ୍ଞାନ ଜଗତରେ ବିଶେଷ ଗୁରୁତ୍ୱ ବହନ କରେ। ଏହା ପୂର୍ବରୁ ସୋମବାର ଚଳିତ ବର୍ଷର ମେଡିସିନ୍‌ ନୋବେଲ୍‌ ପୁରସ୍କାର ଘୋଷଣା ହୋଇଥିଲା। ଅପ୍ଟୋଜେନେଟିକ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ଆମେରିକୀୟ ବୈଜ୍ଞାନିକ କାର୍ଲ ଡେସେରୋଥ୍‌ ଏବଂ ଜର୍ମାନୀର ପିଟର ହେଗେମ୍ୟାନ୍‌ ଓ ଜର୍ଜ ନାଗେଲ୍‌ଙ୍କୁ ଯୁଗ୍ମ ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ।

Leave A Reply

Your email address will not be published.