ପ୍ରମୁଖ ଖବର

ଡିପିଡିପି ଆଇନକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨ ଦିନ ଘୁଞ୍ଚିଲା ଓସିଏସ୍‌ ମୁଖ୍ୟ ପରୀକ୍ଷା
ଗୌହାଟୀ ହୋଟେଲରେ ଗୁଳିକାଣ୍ଡ, ୫ ମୃତ; ଜଣେ ଗିରଫ
‘ଗରିବଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯାଉଛି’, ନିର୍ବାଚନ ଆୟୋଗକୁ ଘେରିଲେ ରାହୁଲ ଗାନ୍ଧୀ
କଂଗ୍ରେସର ଭାଷା ଓ ଆଚରଣ ରାଜନୈତିକ ପତନର ସଙ୍କେତ: ଶିବରାଜ
ଟୋଲ୍‌ ପ୍ଲାଜା ପାଖରେ ରହୁଥିଲେ ବର୍ଷକୁ ମାତ୍ର ୧,୫୦୦ ଟଙ୍କାରେ ପାସ୍‌!

ଆଇସ୍‌କ୍ୟୁବ୍‌ ନ୍ୟୁଟ୍ରିନୋ ଗବେଷଣା ପାଇଁ ଫ୍ରାନ୍‌ସିସ ହାଲ୍‌ଜେନଙ୍କୁ ଫିଜିକ୍ସରେ ନୋବଲ୍ ପୁରସ୍କାର

0

ନ୍ୟୁଜ୍ ବ୍ୟୁରୋ:ଚଳିତ ବର୍ଷ ପଦାର୍ଥ ବିଜ୍ଞାନ (ଫିଜିକ୍ସ)ରେ ନୋବେଲ୍‌ ପୁରସ୍କାର ପାଇଁ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଫ୍ରାନ୍ସିସ୍ ହାଲ୍‌ଜେନଙ୍କୁ ଚୟନ କରାଯାଇଛି। ଆଇସ୍‌କ୍ୟୁବ୍‌ ନ୍ୟୁଟ୍ରିନୋ ଅବଜରଭେଟୋରିରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଗବେଷଣା ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯିବ ବୋଲି ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଘୋଷଣା କରାଯାଇଛି।

ବେଲଜିୟମ୍‌-ଆମେରିକୀୟ ବୈଜ୍ଞାନିକ ହାଲ୍‌ଜେନ୍ ୱିସ୍‌କନସିନ୍‌-ମ୍ୟାଡିସନ୍ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନର ପ୍ରଫେସର ଅଛନ୍ତି। ଆଇସ୍‌କ୍ୟୁବ୍‌ ନ୍ୟୁଟ୍ରିନୋ ଅବଜରଭେଟୋରି ମାଧ୍ୟମରେ ଅତ୍ୟଧିକ ଶକ୍ତିଶାଳୀ ନ୍ୟୁଟ୍ରିନୋର ଅଧ୍ୟୟନ ଓ ବ୍ରହ୍ମାଣ୍ଡର ଉଚ୍ଚ-ଶକ୍ତି ଘଟଣା ସମ୍ପର୍କରେ ତାଙ୍କ ଗବେଷଣା ବିଜ୍ଞାନ ଜଗତରେ ବିଶେଷ ଗୁରୁତ୍ୱ ବହନ କରେ। ଏହା ପୂର୍ବରୁ ସୋମବାର ଚଳିତ ବର୍ଷର ମେଡିସିନ୍‌ ନୋବେଲ୍‌ ପୁରସ୍କାର ଘୋଷଣା ହୋଇଥିଲା। ଅପ୍ଟୋଜେନେଟିକ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ଆମେରିକୀୟ ବୈଜ୍ଞାନିକ କାର୍ଲ ଡେସେରୋଥ୍‌ ଏବଂ ଜର୍ମାନୀର ପିଟର ହେଗେମ୍ୟାନ୍‌ ଓ ଜର୍ଜ ନାଗେଲ୍‌ଙ୍କୁ ଯୁଗ୍ମ ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ।

Leave A Reply

Your email address will not be published.