ପ୍ରମୁଖ ଖବର

ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବିଏମ୍‌ସ ଚଢ଼ାଉ, ରଙ୍ଗ ମିଶା ଓ ବାସି ଖାଦ୍ୟ ଟିମ୍‌ ନଷ୍ଟ
ଅଜୟ ଜାଡେଜା ହେଲେ ଜାମନଗର ରାଜ ପରିବାର ପରବର୍ତ୍ତୀ ଉତ୍ତରାଧିକାରୀ
ସରକାର ଗଠନ ପାଇଁ ଉପରାଜ୍ୟପାଳଙ୍କୁ ସମର୍ଥନ ପତ୍ର ପ୍ରଦାନ କଲେ ଓମାର ଅବଦୁଲ୍ଲା
୧୭ରେ ଶପଥ ନେବେ ହରିୟାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
ମହାଷ୍ଟମୀ ଭୋଗ ଖାଇ ପୁରୀର ଗୋପ ବ୍ଲକର ଓଟଙ୍ଗା ଗ୍ରାମର ପ୍ରାୟ ୧୫୦ ଅସୁସ୍ଥ
ତାମିଲନାଡ଼ୁ ଟ୍ରେନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲା ଭାରତୀୟ ରେଳବାଇ

୧୭ରେ ଶପଥ ନେବେ ହରିୟାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

0

ହରିୟାଣା: ହରିୟାଣାର ନୂଆ ସରକାର ଆସନ୍ତା ୧୭ ତାରିଖରେ ଶପଥ ନେବେ। ହରିୟାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂହ ସୋନୀ ଶପଥ ଗ୍ରହଣ କରିବେ ।ଉକ୍ତ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ପଞ୍ଚକୁଲାରେ ଅନୁଷ୍ଠିତ ହେବ।ପୂର୍ବାହ୍ନ ୧୦ଟାରେ ହରିୟାଣା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଶପଥ ନେବେ।

ଅକ୍ଟୋବର ୧୭ ତାରିଖ ସକାଳ ୧୦ଟା ସମୟରେ ଶପଥ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେ କେନ୍ଦ୍ରମନ୍ତ୍ରୀ ଥିବା ମନୋହରଲାଲ୍‌ ଖଟ୍ଟର ୧୭ ତାରିଖରେ ପଞ୍ଚକୁଲାରେ ହରିୟାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ ସପଥ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି। ମାର୍ଚ୍ଚ ମାସରେ ନାୟବ ସିଂ ସୋନୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ସେ ମନୋହରଲାଲ୍‌ ଖଟ୍ଟରଙ୍କ ପରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ହରିୟାନାରେ ତୃତୀୟଥର ପାଇଁ ବିଜେପି ଶାସନ ଭାର ଗ୍ରହଣ କରିବ। ୯୦ଟି ଆସନରୁ ବିଜେପି ୪୮ଟିରେ ବିଜୟ ଲାଭ କରି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଅନ୍ୟ ଭାଜପା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଯୋଗଦେବେ। ସେମାନଙ୍କ ସହ ଦଳର ବରିଷ୍ଠ ନେତାମାନେ ମଧ୍ୟ ସମାରୋହରେ ଉପସ୍ଥିତ ରହିବେ।

Leave A Reply

Your email address will not be published.