ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

କିଡନୀ ରୋଗୀଙ୍କ ପାଇଁ ମାଗଣା ଡାଏଲିସିସ ଘୋଷଣା କଲେ ନାୟବ ସିଂ ସାଇନି

0

ହରିୟାଣା: ମୁଖ୍ୟମନ୍ତ୍ରୀ ହେବା ପରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି ନାୟବ ସିଂ ସାଇନି। ସେ ରାଜ୍ୟବାସୀଙ୍କୁ ଦେଇଛନ୍ତି ବଡ ଉପହାର। ସାଇନି ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ କିଡନୀ ରୋଗୀଙ୍କ ପାଇଁ ମାଗଣା ଡାଏଲିସିସ ଘୋଷଣା କରିଛନ୍ତି। ଭବିଷ୍ୟତରେ ସମସ୍ତ ମେଡିକାଲ କଲେଜରେ ମାଗଣା ଡାଏଲିସିସ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସାଇନି କହିଛନ୍ତି, ଆଜି ପ୍ରଥମ କ୍ରମରେ ସେ କିଡନୀ ରୋଗୀଙ୍କ ପାଇଁ ମାଗଣା ଡାଏଲିସିସ ଫାଇଲରେ ଦସ୍ତଖତ କରିଛନ୍ତି। ନିର୍ବଚନ ପୂର୍ବରୁ ଜନସାଧାରଣଙ୍କୁ ଏହା ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ହେଉଛି ଭାଜପାର ତୃତୀୟ କାର୍ଯ୍ୟକାଳ। କଂଗ୍ରେସକୁ ହରିୟାଣାର ଲୋକମାନେ ପ୍ରତ୍ୟାଖାନ କରିଛନ୍ତି। ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ବିରୋଧୀ କାର୍ଯ୍ୟ କରିଥିଲେ। ଆମେ ଆମ ପ୍ରତିଶୃତି ପାଳନ କରିଛୁ ।

ସୂଚନାଯୋଗ୍ୟ, ଦ୍ୱିତୀୟ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନାୟବ ସିଂ ସାଇନି। ସାଇନିଙ୍କ ସହ ୧୩ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହାପୂର୍ବରୁ, ମାର୍ଚ୍ଚ ୧୨, ୨୦୨୪ରେ ସେ ପ୍ରଥମ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ଏଥର ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ହରିୟାଣାରେ ସରକାର ଗଠନ କରିଛି। ଏଥର ଭାଜପା ହରିୟାଣାରେ ଏକ ଐତିହାସିକ ବିଜୟ ହାସଲ କରିଛି।

Leave A Reply

Your email address will not be published.