ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ରାଜ୍ୟର ସବୁ ତହସିଲ ଅଫିସରେ ରହିବ ରେଜିଷ୍ଟର: ରାଜସ୍ୱ ମନ୍ତ୍ରୀ

0

ଝାରସୁଗୁଡ଼ା: ରାଜସ୍ୱ ବିଭାଗ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ମୂଲ୍ୟାୟନ କରିବେ ସାଧାରଣ ଜନତା। ଝାରସୁଗୁଡ଼ାରେ ଆଜି ଏଭଳି ବୟାନ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଝାରସୁଗୁ଼ଡ଼ାରେ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଜସ୍ୱମନ୍ତ୍ରୀ ଏପରି କହିଛନ୍ତି। ରାଜ୍ୟର ସବୁ ତହସିଲ ଅଫିସ, ସବ ରେଜିଷ୍ଟ୍ରର ଅଫିସ ଓ ରାଜସ୍ୱ ସେବା ଦିଆଯାଉଥିବା ସମସ୍ତ ଅଫିସରେ ରେଜିଷ୍ଟର ରହିବ ଏବଂ ଲୋକେ ଏଥିରେ ମାର୍କ ଦେବେ।

ସେ ଆହୁରି କହିଛନ୍ତି, ଅଫିସକୁ ଆସୁଥିବା ସାଧାରଣ ଜନତା ଅଧିକାରୀଙ୍କୁ ମୋଟ୍ ୧୦ରୁ କେତେ ମାର୍କ ଦେବେ ସେମାନେ ନିଷ୍ପତ୍ତି ନେବେ। ଉଭୟ ଅଫଲାଇନ୍ ଓ ଅନ୍ ଲାଇନରେ ଲୋକେ ଏହି ମାର୍କ ଦେଇପାରିବା କଥା ସେ କହିଛନ୍ତି। ଯେଉଁ ଅଧିକାରୀ ବାରମ୍ବାର ୧୦ ମାର୍କରୁ କମ୍ ନମ୍ବର ପାଇବେ, ତାଙ୍କ ସଂପର୍କରେ ବିଭାଗ ଚିନ୍ତା କରିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.