ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଆସନ୍ତାକାଲି ବଙ୍ଗୋପସାଗର ରେ ସୃଷ୍ଟି ହେବ ବାତ୍ୟା

0

୨୪ ରେ ଉତ୍ତର ଓଡ଼ିଶା ଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା
ଭୁବନେଶ୍ବର:ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଅବପାତ ସୃଷ୍ଟି ହୋଇଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହେବା ସହ ଆଉ ଅଳ୍ପ କିଛି ଘଣ୍ଟା ମଧ୍ୟରେ ଗଭୀର ଅବପାତ ରେ ପରିଣତ ହେବ ଓ ଆସନ୍ତାକାଲି ସକାଳେ ଏହା ବାତ୍ୟା ରେ ପରିଣତ ହେବ। ପରେ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ୨୪ ତାରିଖ ସକାଳେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଏକ ଭୀଷଣ ବାତ୍ୟା ର ରୂପ ନେବ ଏବଂ ଓଡ଼ିଶା – ପଶ୍ଚିମବଙ୍ଗ ଉପକୂଳ ରେ ପହଞ୍ଚିବ। ୨୪ ରାତି ରେ ଏହା ଉତ୍ତର ଓଡ଼ିଶା ଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।

ପ୍ରଭାବ ରେ ଆସନ୍ତାକାଲି ଅପରାହ୍ନ ରୁ ଉପକୂଳ ଓଡ଼ିଶା ର କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ୨୪ -୨୫ ତାରିଖ ରେ ଉତ୍ତର ଉପକୂଳ ଓଡ଼ିଶା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର,କଟକ, ମୟୂରଭଞ୍ଜ, ଯାଜପୁର, କେଉଁଝର ଜିଲ୍ଲାରେ ପ୍ରବଳ ବର୍ଷା ସହ କିଛି ଅଞ୍ଚଳ ରେ ଅତ୍ୟନ୍ତ ପ୍ରବଳ ବର୍ଷା (୨୦ସେମି +) ହୋଇପାରେ। ସେହିପରି ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ଢ଼େଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ସହ କିଛି ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା (୧୨-୨୦ସେମି ) ସମ୍ଭାବନା ରହିଛି। ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାର ଅନେକ ଅଞ୍ଚଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ପବନ – ଓଡ଼ିଶା ଉପକୂଳ ରେ ୨୩ ତାରିଖ ସନ୍ଧ୍ୟା ପରେ ୪୦-୫୦କିମି/ ଘଣ୍ଟା ପବନ ବହିବାର ସମ୍ଭାବନା ରହିଛି ଏହାପରେ ୨୪ ସନ୍ଧ୍ୟା ରୁ ଉତ୍ତର ଓଡ଼ିଶା ଉପକୂଳ ରେ ପବନ ର ବେଗ ୯୦-୧୦୦କିମି/ ଘଣ୍ଟା ରହିବାର ସମ୍ଭାବନା ରହିଛି ଓ ୨୫ ତାରିଖ ସକାଳ ପରେ ପବନ ର ବେଗ ହ୍ରାସ ପାଇବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ତେଣୁ ୨୬ ତାରିଖ ଯାଏଁ ସମୁଦ୍ର କୁ ଯିବା ମନା।

ଅଧ୍ୟାପକ- ସାର୍ଥକ ମିଶ୍ର

Leave A Reply

Your email address will not be published.