ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ବାତ୍ୟା ‘ଦାନା’ ପାଇଁ ବନ୍ଦ ରହିବ ଧଉଳି

0

ଭୁବନେଶ୍ବର: ବାତ୍ୟା ‘ଦାନା’ ପାଇଁ ଦୁଇ ଦିନ ଧଉଳି ଶାନ୍ତି ସ୍ତୁପ ପର୍ଯ୍ୟଟକ ମାନଙ୍କ ନିମନ୍ତେ ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟା ଦାନା ର ଗଭୀର ପ୍ରଭାବ ରେ ଜିଲ୍ଲାର ସମୁନ୍ଦ୍ର ଉପକୂଳ ଅଞ୍ଚଳ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପାଗ ଖରାପକୁ ଦୃଷ୍ଟିରେ ଆଖି ଆଗରେ ରଖି ଆଜି ଠାରୁ ଦୁଇ ଦିନ ପାଇଁ ପର୍ଯ୍ୟଟକ ମାନଙ୍କ ନିମନ୍ତେ ଧଉଳି ଶାନ୍ତି ସ୍ତୁପ ବନ୍ଦ ରଖିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଯାଇଅଛି।

ତଦନୁଯାୟୀ ଧଉଳି ଶାନ୍ତି ସ୍ତୁପ ୨୪ ତାରିଖ ଅପରାହ୍ନ ୧ ଘଟିକା ରୁ ଆସନ୍ତା କାଲି ତା ୨୫.୧୦.୨୦୨୪ରିଖ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଏବଂ ସହକାରୀ ନିର୍ଦେଶକ ପର୍ଯ୍ୟଟନ, ଖୋର୍ଦ୍ଧା ଅଞ୍ଜନ ବାରିକ ପ୍ରକାଶ କରିଛନ୍ତି। ବାତ୍ୟା ‘ଦାନା’ ପାଇଁ ଆଗରୁ ନନ୍ଦନକାନନ ଓ ଶିମିଳିପାଳ ବନ୍ଦ ରହିଛି ।

Leave A Reply

Your email address will not be published.