ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଦାନା ବଦଳାଉଛି ଗତିପଥ

0

ପଶ୍ଚିମବଙ୍ଗ ୧ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
ନ୍ୟୁଜ୍ ବ୍ୟୁରୋ: ଘୂର୍ଣ୍ଣିବଳୟ ଦାନାର ବିପଦକୁ ଦୃଷ୍ଟିରେ ରଖି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାର ବିଶେଷ ପ୍ରସ୍ତୁତି ଚଳାଇଛନ୍ତି। ପଶ୍ଚିମବଙ୍ଗ ସରକାର ଗୁରୁବାର ଘୋଷଣା କରିଛନ୍ତି ଯେ ଦାନାର ପ୍ରଭାବକୁ ଦେଖି ଏକ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ଶୁକ୍ରବାର ସକାଳେ ସମ୍ଭାବ୍ୟ ଘୂର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ୮୦,୦୦୦ରୁ ଅଧିକ ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଏପର୍ଯ୍ୟନ୍ତ ୧ ଲକ୍ଷ ୫୯ ହଜାର ୮୩୭ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି ଏବଂ ୮୩,୫୩୭ ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରିଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ ରହିଛି। ଟ୍ରେନ ଏବଂ ବିମାନ ସେବା ମଧ୍ୟ ବାତିଲ ହୋଇଛି।
ବାତ୍ୟା ଦାନା ବିଷୟରେ ଏକ ବଡ ଅପଡେଟ ଆସିଛି। ପାଣିପାଗ ବିଭାଗ ଅନୁଯାୟୀ, ଏହା ଗୁରୁବାର ମଧ୍ୟରାତ୍ରିରୁ ଶୁକ୍ରବାର ଭୋର ମଧ୍ୟରେ ଓଡ଼ିଶା ଉପକୂଳରେ ପହଞ୍ଚିପାରେ। ବାତ୍ୟା ‘ଦାନା’ର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସମେତ ୧୦ଟି ରାଜ୍ୟରେ ଏହାର ପ୍ରଭାବ ଦୃଶ୍ୟମାନ ହେଉଛି। ଅନେକ ସ୍ଥାନରେ ପ୍ରବଳ ପବନ ବହୁଛି ଏବଂ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଗୁରୁବାର ରାତିରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହା ଉପକୂଳକୁ ଛୁଇଁବାର ସମ୍ଭାବନା ଅଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଶେଷଜ୍ଞଙ୍କ ମତରେ ‘ଦାନା’ର ଆଖି ନାହିଁ। ଏପଟେ ଏହା ଲ୍ୟାଣ୍ଡଫଲ କରିବାରେ ବିଳମ୍ବ ହେଉଥିବାରୁ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଏହା ମଧ୍ୟରାତିରେ ଲ୍ୟାଣ୍ଡଫଲ କରିବା ସହ ତାଣ୍ଡବ ରଚିପାରେ। ଲ୍ୟାଣ୍ଡଫଲ ବେଳେ ଏହା ସମାନ୍ୟ କର୍ଭ ହୋଇ ଯାଇଥିବାରୁ ଗତିପଥ ବଦଳାଇ ପାରେ ବୋଲି ଆଲୋଚନା କରାଯାଉଛି। ହେଲେ ଏହାକୁ ପାଣିପାଗ ବିଭାଗ ଖଣ୍ଡନ କରିଛି। ଲୋକେ ଏହାର ଗତିପଥକୁ ନେଇ ଭୟଭୀତ ନ ହେବା ସହ ଏହା ପ୍ରାୟତଃ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ କରିବ ବୋଲି କୁହାଯାଉଛି।

Leave A Reply

Your email address will not be published.