ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବାତ୍ୟା ‘ଦାନା’ ପାଇଁ ବନ୍ଦ ରହିବ ଧଉଳି

0

ଭୁବନେଶ୍ବର: ବାତ୍ୟା ‘ଦାନା’ ପାଇଁ ଦୁଇ ଦିନ ଧଉଳି ଶାନ୍ତି ସ୍ତୁପ ପର୍ଯ୍ୟଟକ ମାନଙ୍କ ନିମନ୍ତେ ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟା ଦାନା ର ଗଭୀର ପ୍ରଭାବ ରେ ଜିଲ୍ଲାର ସମୁନ୍ଦ୍ର ଉପକୂଳ ଅଞ୍ଚଳ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପାଗ ଖରାପକୁ ଦୃଷ୍ଟିରେ ଆଖି ଆଗରେ ରଖି ଆଜି ଠାରୁ ଦୁଇ ଦିନ ପାଇଁ ପର୍ଯ୍ୟଟକ ମାନଙ୍କ ନିମନ୍ତେ ଧଉଳି ଶାନ୍ତି ସ୍ତୁପ ବନ୍ଦ ରଖିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଯାଇଅଛି।

ତଦନୁଯାୟୀ ଧଉଳି ଶାନ୍ତି ସ୍ତୁପ ୨୪ ତାରିଖ ଅପରାହ୍ନ ୧ ଘଟିକା ରୁ ଆସନ୍ତା କାଲି ତା ୨୫.୧୦.୨୦୨୪ରିଖ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଏବଂ ସହକାରୀ ନିର୍ଦେଶକ ପର୍ଯ୍ୟଟନ, ଖୋର୍ଦ୍ଧା ଅଞ୍ଜନ ବାରିକ ପ୍ରକାଶ କରିଛନ୍ତି। ବାତ୍ୟା ‘ଦାନା’ ପାଇଁ ଆଗରୁ ନନ୍ଦନକାନନ ଓ ଶିମିଳିପାଳ ବନ୍ଦ ରହିଛି ।

Leave A Reply

Your email address will not be published.