ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଦେଶକୁ ଚମକାଇଦେଲେ ନବୀନ

0
  • ୧୦୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ କରିବ ଓଡ଼ିଶା
  • ଆଗକୁ ଆସିଲେ ସମ୍ ଓ କିମସ, ସ୍ବାସ୍ଥ୍ୟ ବିଭାଗ ସହ ଏମଓୟୁ ହେଲା
  • ଏମସିଏଲ୍ ଓ ଓଏମସି ଦେବେ ସହାୟତା, ସିଏସଆର ପାଣ୍ଠି ଖର୍ଚ୍ଚ ହେବ
  • ୧୫ ଦିନ ମଧ୍ୟରେ ନୂଆ ହସ୍ପିଟାଲ କାର୍ଯ୍ୟମ ହେବ, ଦେଶକୁ ଗଲା ବଡ଼ ବାର୍ତା
  • ଅନ୍ୟ ଜିଲ୍ଲାରେ ଏଭଳି ଭିତ୍ତିଭୂମି ପାଇଁ ନବୀନ ଦେଲେ ନିର୍ଦେଶ

ଭୁବନେଶ୍ବର: ବିଶ୍ବରେ କରୋନାକୁ ମୁକାବିଲା ଲାଗି ଚିନ୍ତା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭାରତବର୍ଷ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ, ଆଜି ଲୋକସଭା ଭବନରେ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ଗତକାଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏକ ସ୍ବତନ୍ତ୍ର ହସ୍ପିଟାଲ ଲାଗି ନବୀନଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାର ୨୪ ଘଣ୍ଟା ବିତିନି, ମୁଖ୍ୟମନ୍ତ୍ରୀ ଏହାର କାର୍ଯ୍ୟାନ୍ବୟନ ନକ୍ସା ପ୍ରସ୍ତୁତ କରି ଦେଶ ସାମ୍ନାରେ ଏକ ବଡ଼ ବାର୍ତା ରଖିଛନ୍ତି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଓଡ଼ିଶା ଦେଶରେ ବଡ଼ କୋଭିଡ୍ ହସ୍ପିଟାଲ କରିବ। ଏ ସଂକ୍ରାନ୍ତରେ ଆଜି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କିମ୍ସ ଓ ସମ୍ ମେଡିକାଲ କର୍ତୃପକ୍ଷଙ୍କ ସହିତ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। ଏହା ଭୁବନେଶ୍ବରରେ ପ୍ରତିଷ୍ଠା ହେବ। ଏହି ହସ୍ପିଟାଲରେ କେବଳ କୋଭିଡ୍-୧୯ ରୋଗୀଙ୍କୁ ଚିକିତ୍ସା ଦିଆଯିବ। ଏଥିଲାଗି ଓଡି଼ଶା ଖଣି ନିଗମ ଓ ଏମସିଏଲ୍ କର୍ତ୍ତୃପକ୍ଷ ସହାୟତା ପ୍ରଦାନ କରିବେ। ଉଭୟଙ୍କ ସିଏସ୍ଆର ପାଣ୍ଠି ଅର୍ଥ ଏ ବାବଦରେ ଖର୍ଚ୍ଚ ହେବ। ୧୫ ଦିନ ମଧ୍ୟରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ଲାଗି ସରକାର ଯୋଜନା କରିଛନ୍ତି।

ଆଜି ରାଜ୍ୟ ସରକାର ପ୍ରଥମ ଏମଓୟୁ ଓଡ଼ିଶା ଖଣି ନିଗମ ପରିଚାଳନା ନିର୍ଦେଶକ ଭିନିଲ କ୍ରିଷ୍ଣା ଓ କିମସ ହସ୍ସିଟାଲ କର୍ତୃପକ୍ଷଙ୍କ ସହ କରିଥିଲେ। ଏମାନେ ୪୫୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ କରିବେ। ଦ୍ବିତୀୟ ଏମଓୟୁ ଶ୍ରୀ ଧଳ ଏମସିଏଲ ପକ୍ଷରୁ ଏସ ଏସ ପଣ୍ଡା ଏବଂ ସମ୍ ହସ୍ପିଟାଲ କର୍ତୃପକ୍ଷଙ୍କ ସହ କରିଥିଲେ। ଏମାନେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରିବେ। ଏହା ସହିତ ଆଇସିୟୁ ବ୍ୟବସ୍ଥା ମଧ୍ୟ ରହିବ।

ମୁଖ୍ୟମନ୍ତ୍ରୀ ସମସ୍ତ ଭାଗିଦାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଓ ଓଏମସି ଏବଂ ଏମସିଏଲଙ୍କୁ ବି। ଓଡ଼ିଶାବାସୀଙ୍କ ସ୍ବାର୍ଥରେ ପ୍ରକଳ୍ପ କରିବା ଲାଗି ଆଗେଇ ଆସିଥିବାରୁ ନବୀନ କୃତଜ୍ଞତା ପ୍ରକାଶ କରିଥିଲେ। କୋଭିଡ୍-୧୯ କିଛି ଦିନ ମଧ୍ୟରେ ବିଶ୍ବରେ ଆତଙ୍କ ଖେଳାଇ ଦେଇଛି। ଓଡ଼ିଶା ସମେତ ବହୁ ରାଜ୍ୟ ଏଥିରେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଏଣୁ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ଜରୁରୀ ହୋଇପଡିଥିଲା। କୋଭିଡ୍-୧୯ ଆକ୍ରାନ୍ତଙ୍କୁ ସ୍ବତନ୍ତ୍ର ଭାବେ ଚିକିତ୍ସା କରିବା ଅପରିହାର୍ଯ୍ୟ ଥିଲା।

ବିଶ୍ବର ପ୍ରମୁଖ ରାଷ୍ଟ୍ର ମାନଙ୍କରେ ଉନ୍ନତ ସ୍ବାସ୍ଥ୍ୟ ବ୍ୟବସ୍ଥା ଥିଲେ ହେଁ, ଏହାକୁ ମୁକାବିଲା କରାଯାଇପାରିନାହିଁ। ଏହି ରୋଗକୁ ନିୟନ୍ତ୍ରଣ କରିବା ସେମାନଙ୍କ ପାଖେ ସମ୍ଭବ ହୋଇନାହିଁ। ସ୍ବତନ୍ତ୍ର ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଦରକାର, ସାଧାରଣ ହସ୍ପିଟାଲରେ ନୁହେଁ। ଏହାଦ୍ବାରା ଅନ୍ୟମାନଙ୍କୁ ଆକ୍ରାନ୍ତ ହେବାରୁ ସୁରକ୍ଷା ଦିଆଯାଇପାରିବ। ରାଜ୍ୟ ସରକାର ଏହାକୁ ଗମ୍ଭୀରତା ସହିତ ବିଚାର କରିବା ସହିତ ଏଭଳି ଚ୍ୟାଲେଞ୍ଜକୁ ହାତେଇଥିବା କୁହାଯାଇଛି।

ମୁଖ୍ୟମନ୍ତ୍ରୀ ଏ ନିର୍ଦେଶ ବି ଦେଇଛନ୍ତି ଯେ ରାଜ୍ୟ ଅନ୍ୟ ଅଞ୍ଚଳରେ ବି ଅନୁରୂପ ଚିକିତ୍ସା ବ୍ୟବସ୍ଥା ପାଇଁ ଭିତ୍ତିଭୂମି ନିର୍ମାଣ କରାଯିବ। ସାଂସଦ ଅଚ୍ୟୁତ ସାମନ୍ତ, ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା, ଓଏମସି ଅଧ୍ୟକ୍ଷ, ୫ଟି ସଚିବ, ସୋଆ ବିଶ୍ବବିଦ୍ୟାଳୟ ପ୍ରମୁଖ ଏହି ଏମଓୟୁ ବେଳେ ଉପସ୍ଥିତ ଥିଲେ।

Leave A Reply

Your email address will not be published.