ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

କ୍ରିକେଟ୍ ବିଶ୍ବକପ୍ ଖେଳିବା ସ୍ବପ୍ନ ହୋଇ ରହିଗଲା

0

ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟ୍ ଖେଳିବାକୁ ସୁଯୋଗ ପାଇଥିବା ସବୁ ଖେଳାଳି ବିଶ୍ବକପ୍ ଖେଳିବାକୁ ସ୍ବପ୍ନ ଦେଖିବା ଏକ ସ୍ବାଭାବିକ କଥା। ଆଉ ଯେଉଁମାନେ ଦଳର ପ୍ରମୁଖ ସ୍ଥାନରେ ଖେଳୁଥିବେ, ଭଲ ଖେଳାଳି ଭାବେ ଗଣାଯାଉଥିବେ, ସେମାନେ ତ ନିଶ୍ଚିତ ଥିବେ ଯେ ବିଶ୍ବକପ୍ ଦଳରେ ସ୍ଥାନ ପାଇବେ ହିଁ ପାଇବେ। କିନ୍ତୁ ବିଶ୍ବର ତିନିଜଣ ଏମିତି ଖେଳାଳି ଅଛନ୍ତି, ଯେଉଁମାନେ ଆନ୍ତର୍ଜାତିକସ୍ତରରେ ଅନେକ ରେକର୍ଡର ଅଧି୍କାରୀ ହୋଇଥିଲେ ହେଁ, ବିଶ୍ବକପ୍ ଖେଳିବାର ସୁଯୋଗ ପାଇପାରିଲେ ନାହିଁ। ଭାଗ୍ୟ ସେମାନଙ୍କ ଠାରୁ ଏଭଳି ଏକ ସୁଯୋଗକୁ ଶେଷ ମୁହୂର୍ତରେ ଛଡାଇ ନେଇଥିଲା।

ଏ କୁକ୍, ଇଂଲଣ୍ଡ ଟିମର ଜଣ ପ୍ରମୁଖ ବ୍ୟାଟସମ୍ୟାନ ଭାବେ ଜଣାଶୁଣା। ବିଶେଷକରି ଟେଷ୍ଟ କ୍ରିକେଟରେ ତାଙ୍କର ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। ୨୦୧୫ ବିଶ୍ବକପ୍ ଟିମ ଚୟନ ବେଳେ ତାଙ୍କୁ ଦଳର ମୁଖିଆ ଭାବେ ଚୟନ କରାଯାଇଥିଲା। ମାତ୍ର ବିଶ୍ବକପ୍ ଆରମ୍ଭ ହେବାର ଅବ୍ୟହହିତ ପୂର୍ବରୁ ମୋର୍ଗାନଙ୍କୁ ଦଳ ଏହି ଗୁରୁ ଦାୟିତ୍ବ ସମର୍ପିଥିଲା ଓ କୁକ୍ ବିଶ୍ବକପ୍ ଖେଳିବା ନେଇ ଯେଉଁ ସ୍ବପ୍ନ ଦେଖିଥିଲେ, ଦଳକୁ ବିଜୟୀ କରିବା ଲାଗି ଯେଉଁ ରଣନୀତି ପ୍ରସ୍ତୁତ କରୁଥିଲେ, ତାହା ଭାଙ୍ଗି ଚୁରମାର୍ ହୋଇଗଲା।

ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା ୨୦୦୩ ବିଶ୍ବକପ୍ ସମୟରେ ଭାରତରେ। ଭାରତର ପ୍ରମୁଖ ବ୍ୟାଟସମ୍ୟାନ ଭାବେ ସେ ସମୟରେ ଜଣାଶୁଣା ଥିବା ଭିଭିଏସ୍ ଲକ୍ଷ୍ମଣ ବିଶ୍ବକପ୍ ପାଇଁ ଚୟନ ହୋଇଥିଲେ। କିନ୍ତୁ ଚୟନକର୍ତା ଶେଷ ମୁହୂର୍ତରେ ଟିମରେ ଜଣେ ଅତିରିକ୍ତ ବୋଲରଙ୍କୁ ସ୍ଥାନ ଦେବା ଲକ୍ଷ୍ୟରେ ଦିନେଶ ମୋଙ୍ଗିଆଙ୍କ ଉପସ୍ଥିତି ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରିଥିଲେ। ଏହି ନିଷ୍ପତ୍ତି ଭି ଭି ଏସ୍ ଲକ୍ଷ୍ମଣଙ୍କ ବିଶ୍ବକପ୍ ଖେଳିବାର ବାଟ ବନ୍ଦ କରିଦେଲା। ଅନ୍ୟଥା ୧୩୪ଟି ଟେଷ୍ଟ ମ୍ୟାଚ ଖେଳିଥିବା ଲକ୍ଷ୍ମଣ ୮୭୮୧ ରନ୍ କରିଥିଲେ। ତାଙ୍କ କ୍ୟାରିଅରରେ ସେ ୧୭ଟି ଶତକ ହାସଲ କରିଛନ୍ତି। ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଲକ୍ଷ୍ମଣ ଅଷ୍ଟ୍ରେଲିଆ ବିପକ୍ଷରେ ୨୮୧ ରନ୍ କରିଥିଲେ, ଯାହା ସେ ସମୟରେ ଆନ୍ତର୍ଜାତିକ କ୍ରିକେଟରେ ହଇଚଇ ସୃଷ୍ଟି କରିଥିଲା।

କେବଳ କୁକ୍ କି ଲକ୍ଷ୍ମଣ ନୁହେଁ, ଅଷ୍ଟ୍ରେଲିଆ ଟିମର ଜଣେ ପ୍ରମୁଖ ଖେଳାଳି ଜଷ୍ଟିନ୍ ଲାଙ୍ଗରଙ୍କ ଭାଗ୍ୟରେ ବି ବିଶ୍ବକପ୍ ଖେଳିବାର ସୁଯୋଗ ଜୁଟିପାରିନଥିଲା। ସଂପ୍ରତି ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର କୋଚ ଥିବା ଲାଙ୍ଗର ମ୍ୟାଚ୍ ପ୍ରତି ୪୫ରନ୍ ହାରରେ ୧୦୫ଟି ଟେଷ୍ଟରୁ ୭୦୦୦ ରନ୍ ସଂଗ୍ରହ କରିଛନ୍ତି। ୧୪ବର୍ଷ ଧରି କ୍ରିକେଟ୍ ଦର୍ଶକଙ୍କ ମନ ଭିତରେ ସେ ଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ଥିଲା ଏୟା ଯେ ଟେଷ୍ଟ ମ୍ୟାଚରେ ଏତେ ସଫଳ ଖେଳାଳି ଲାଙ୍ଗର ଦିନିକିଆ ମ୍ୟାଚରେ ତାଙ୍କର ପାରଦର୍ଶିତା ଦେଖାଇପାରିନଥିଲେ। ଏମିତିକି ଗୋଟିଏ ଅର୍ଧଶତକ ମଧ୍ୟ ତାଙ୍କ କ୍ୟାରିଅରରେ ହାସଲ କରିପାରିନଥିଲେ। ମୋଟ ୮ଟି ମ୍ୟାଚ୍ ଖେଳି ସେ କଷ୍ଟେମଷ୍ଟେ ୧୬୦ ରନ୍ ସଂଗ୍ରହ କରିଥିଲେ।

Leave A Reply

Your email address will not be published.