ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ବଢ଼ିଲା କନଷ୍ଟେବଳ ନିଯୁକ୍ତି ଆବେଦନର ସମୟ ସୀମା

0

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ବାଟାଲିଅନରେ କନଷ୍ଟେବଳ ନିଯୁକ୍ତି ଆବେଦନ ତାରିଖ ବୃଦ୍ଧି ପାଇଛି। ଆବେଦନ ପାଇଁ ବୁଧବାର ଥିବା ଶେଷ ତାରିଖକୁ ମାନ୍ୟବର ହାଇକୋର୍ଟ ବୃଦ୍ଧି କରିଛନ୍ତି। ଏହି ତାରିଖ ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗତ ୬ ବର୍ଷ ନିଯୁକ୍ତି ବନ୍ଦ ଥିବାରୁ ମାମଲା ହାଇକୋର୍ଟ ଯାଇଛି। ସର୍ବାଧିକ ବୟସ ସୀମା କୋହଳ ପାଇଁ ଆଶାୟୀମାନେ ଆବେଦନ କରିଥିବାବେଳେ ଏ ସମ୍ପର୍କିତ ଶୁଣାଣି ନଭେମ୍ବର ୧୧ରେ କରିବାକୁ ଧାର୍ଯ୍ୟ କରାଯାଇଛି। ଆଶାୟୀମାନେ ନଭେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ନିକଟରେ ଓଡ଼ିଶା ପୋଲିସ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ(ଏସ୍‌ଏସ୍‌ବି) ପକ୍ଷରୁ ହେବାକୁ ଥିବା କନଷ୍ଟେବଳ ନିଯୁକ୍ତି ୨୦୨୪ ପାଇଁ ପଦବୀ ସଂଖ୍ୟା ବୃଦ୍ଧି କରାଯାଇଛି। ଓଡ଼ିଶା ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା ସବିଶେଷ ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ପ୍ରକ୍ରିୟାରେ ଅତିରିକ୍ତ ୭୨୦ ପଦବୀ ଯୋଗ କରାଯାଇଛି। ଫଳରେ ନିଯୁକ୍ତି ହେବାକୁ ଥିବା ପଦବୀ ୧୩୬୦ରୁ ୨୦୩୦କୁ ବୃଦ୍ଧି ପାଇଛି। ଓଡ଼ିଶା ପୋଲିସ ପକ୍ଷରୁ ଆବେଦନର ସମୟସୀମା ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ଯାହାକୁ ଆଜି ପୁଣି ଘୁଞ୍ଚାଯାଇଛି। ପୂର୍ବରୁ ୧୩ ଅକ୍ଟୋବର ୨୦୨୪ ଯାଏ ସମୟସୀମା ଥିଲା।

Leave A Reply

Your email address will not be published.