ପ୍ରମୁଖ ଖବର

ଜବତ ହେଲା ଦୁର୍ଘଟଣାଘଟାଇଥିବା ଥର୍
ରାଜଧାନୀରେ ବଧୂହତ୍ୟା ଅଭି​‌ଯୋଗ, ସ୍ଵାମୀ ଗିରଫ
ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଗିରଫ
୩ ଦିନିଆ ଓଡିଶା ଗସ୍ତରେ ଆସିବେ ମୋହନ ଭାଗବତ
ଚନ୍ଦ୍ରଭାଗାରେ ଗାଧୋଇବା ବେଳେ ଅଘଟଣ, ସମୁଦ୍ରରେ ବୁଡି ୩ ମୃତ
ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସାମାନ୍ୟ ଝଗଡ଼ାରୁ ଯୁବକଙ୍କୁ ଗୁଳିମାଡ଼

0

ରାଉରକେଲା: ରାଉରକେଲାର ଟ୍ରାଫିକ ଗେଟ୍ ମାର୍କେଟରେ ହିଂସାକାଣ୍ଡ। ସାମାନ୍ୟ ବଚସାରୁ ଯୁବକଙ୍କୁ ଗୁଳିମାଡ଼ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ। ଆହତ ଯୁବକଜଣକ ହେଲେ ଅଭ୍ୟାସ ରାୟ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସହରର ଆରଜିଏଚ୍‌ରେ ଭର୍ତ୍ତି କରିଛନ୍ତି।

ଖବର ମୁତାବକ, ଆଜି ସକାଳେ କୌଣସି କଥାକୁ ନେଇ ରାଉରକେଲା ଟ୍ରାଫିକ ଗେଟ୍ ମାର୍କେଟ ନିକଟରେ ତିନି ଜଣ ଯୁବକଙ୍କ ସହ ଅଭ୍ୟାସଙ୍କର କଥା କଟାକଟି ହୋଇଥିଲା। ପରେ ଉକ୍ତ ଯୁବକ ମାନେ ଅଭ୍ୟାସଙ୍କ ଉପରକୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅଭ୍ୟାସଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସନ୍ଦେହ କରଯାଉଛି। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଆରଜିଏଚ୍‌ରେ ଭର୍ତ୍ତି କରିଥିଲେ। ତେବେ ଗୁଳିମାଡ ପଛର କରଣ କଣ ତାହା ଜଣାପଡ଼ି ନାହିଁ। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.