ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ତୀର୍ଥଯାତ୍ରୀଙ୍କ ପାଇଁ ଓଡିଶାରୁ ଚାରିଧାମକୁ ଗଡିବ ସ୍ୱତନ୍ତ୍ର ବସ

0

ଭୁବନେଶ୍ବର: ଓଡିଶାରୁ ଚାରିଧାମକୁ ଗଡିବ ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସ। ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର। ସ୍ୱଳ୍ପ ଦରରେ ଚାରିଧାମ ବୁଲିପାରିବେ ଶ୍ରଦ୍ଧାଳୁ। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା।

ଓଡିଶାରୁ ଅଯୋଧ୍ୟ, ତିରୁପତି, ମଥୁରା ଓ ବୃନ୍ଦାବନ ଭଳି ବିଭିନ୍ନ ତୀର୍ଥକ୍ଷେତ୍ରକୁ ଆରମ୍ଭ ହେବ ବସ୍‌ ସେବା। ସେନେଇ ବ୍ୟବସ୍ଥା କରାଯାଇଛି। ରାସ୍ତା ମାର୍ଗ ମଧ୍ୟ ଫାଇନାଲ ହୋଇଯାଇଛି। ଖୁବ ଶାଘ୍ର ଏହି ଯାତ୍ରା ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ ବିଭୁତି ଜେନା।

ତେବେ ନୂଆ ବର୍ଷ ପୂର୍ବରୁ ସୁଲଭ ମୂଲ୍ୟରେ ରାଜ୍ୟ ବାହାରର ବିଭିନ୍ନ ତୀର୍ଥ କ୍ଷେତ୍ରକୁ ଯାତ୍ରା କରିପାରିବେ ଓଡ଼ିଶାର ସମସ୍ତ ତୀର୍ଥଯାତ୍ରୀ। ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ ସରିଛି l ରାସ୍ତା ମାର୍ଗ ମଧ୍ୟ ଫାଇନାଲ ହୋଇଯାଇଛି। ନୂଆ ବର୍ଷ ପୂର୍ବରୁ ଏହି ବସ୍‌ ଚଳାଚଳ ଆରମ୍ଭ ହେବ।। ବହୁ ସ୍ୱଳ୍ପ ମୂଲ୍ୟରେ ତୀର୍ଥଯାତ୍ରୀ ମାନେ ତୀର୍ଥଯାତ୍ରା କରିବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା ସେହିପରି ବାହାର ରାଜ୍ୟକୁ ଭୁବନେଶ୍ୱରରୁ କିପରି ଅଧିକ ଗାଡି ସଂଯୋଗ କରାଯାଇପାରିବ ସେଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ।

Leave A Reply

Your email address will not be published.