ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ତୀର୍ଥଯାତ୍ରୀଙ୍କ ପାଇଁ ଓଡିଶାରୁ ଚାରିଧାମକୁ ଗଡିବ ସ୍ୱତନ୍ତ୍ର ବସ

0

ଭୁବନେଶ୍ବର: ଓଡିଶାରୁ ଚାରିଧାମକୁ ଗଡିବ ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସ। ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର। ସ୍ୱଳ୍ପ ଦରରେ ଚାରିଧାମ ବୁଲିପାରିବେ ଶ୍ରଦ୍ଧାଳୁ। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା।

ଓଡିଶାରୁ ଅଯୋଧ୍ୟ, ତିରୁପତି, ମଥୁରା ଓ ବୃନ୍ଦାବନ ଭଳି ବିଭିନ୍ନ ତୀର୍ଥକ୍ଷେତ୍ରକୁ ଆରମ୍ଭ ହେବ ବସ୍‌ ସେବା। ସେନେଇ ବ୍ୟବସ୍ଥା କରାଯାଇଛି। ରାସ୍ତା ମାର୍ଗ ମଧ୍ୟ ଫାଇନାଲ ହୋଇଯାଇଛି। ଖୁବ ଶାଘ୍ର ଏହି ଯାତ୍ରା ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ ବିଭୁତି ଜେନା।

ତେବେ ନୂଆ ବର୍ଷ ପୂର୍ବରୁ ସୁଲଭ ମୂଲ୍ୟରେ ରାଜ୍ୟ ବାହାରର ବିଭିନ୍ନ ତୀର୍ଥ କ୍ଷେତ୍ରକୁ ଯାତ୍ରା କରିପାରିବେ ଓଡ଼ିଶାର ସମସ୍ତ ତୀର୍ଥଯାତ୍ରୀ। ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ ସରିଛି l ରାସ୍ତା ମାର୍ଗ ମଧ୍ୟ ଫାଇନାଲ ହୋଇଯାଇଛି। ନୂଆ ବର୍ଷ ପୂର୍ବରୁ ଏହି ବସ୍‌ ଚଳାଚଳ ଆରମ୍ଭ ହେବ।। ବହୁ ସ୍ୱଳ୍ପ ମୂଲ୍ୟରେ ତୀର୍ଥଯାତ୍ରୀ ମାନେ ତୀର୍ଥଯାତ୍ରା କରିବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା ସେହିପରି ବାହାର ରାଜ୍ୟକୁ ଭୁବନେଶ୍ୱରରୁ କିପରି ଅଧିକ ଗାଡି ସଂଯୋଗ କରାଯାଇପାରିବ ସେଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ।

Leave A Reply

Your email address will not be published.