ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ବରଦାସ୍ତ ନ କରିବାକୁ ନିର୍ଦେଶ ଦେଲା କେନ୍ଦ୍ର

0
  • ସହରାଂଚଳରେ ଜନସାଧାରଣଙ୍କ ଚଳପ୍ରଚଳ ବନ୍ଦକୁ ସୁନିଶ୍ଚିତଲାଗି ରାଜ୍ୟଗୁଡିକୁ ନିର୍ଦ୍ଦେଶ
  • ବାହାର ରାଜ୍ୟର ଶ୍ରମିକଙ୍କ ପାଇଁ ସମୟୋଚିତ ମଜୁରି ପ୍ରଦାନ ପାଇଁ ବ୍ୟବସ୍ଥା
  • ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଘର ଛାଡିବା ଲାଗି କହୁଥିବା ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ
  • ନିୟମାବଳୀର ଉଲଘଂନ କଲେ ରାଜ୍ୟ ସରକାର ୧୪ ଦିନ ପାଇଁ କ୍ୱାରାଣ୍ଟିନରେ ରଖିବେ

ନୂଆଦିଲ୍ଲୀ: କେତେକ ଅଂଚଳରେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ଶ୍ରମିକମାନେ ନିଜ ରାଜ୍ୟକୁ ଫେରି ଆସୁଥିବା ଲକ୍ଷ୍ୟ କରାଯାଉଛି। ବିଭିନ୍ନ ଜିଲ୍ଲା ଓ ରାଜ୍ୟର ସୀମାଗୁଡିକୁ ସିଲ କର। ଯେପରି ସହର ଓ ରାଜରାସ୍ତାରେ ଲୋକମାନଙ୍କ ଚଳପ୍ରଚଳ ନ ହୁଏ, ତାହାକୁ ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ପଷ୍ଟ କରିଦେଇଛି ଯେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଅନୁମତି ପ୍ରଦାନ କରାଯିବ। ଅନ୍ୟଥା ଡିଏମ୍ ଆକ୍ଟ ଅନୁସାରେ ଜିଲ୍ଲାପାଳ ଓ ଏସପି ମାନେ ବ୍ୟକ୍ତିଗତ ଭାବେ ଦାୟୀ ରହିବେ।

ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସଚ ସଚିବଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଗୃହ ବ୍ୟାପାର ମନ୍ତ୍ରଣାଳୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ସହିତ ମଧ୍ୟ ନିରବଚ୍ଛିନ୍ନ ଯୋଗାଯୋଗ ରଖିଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଲକଡାଉନର ନିୟମଗୁଡିକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଅବ୍ୟାହତ ରହିଥିବା ବେଳେ ଅହୋରାତ୍ର ପରିସ୍ଥିତି ଉପରେ ନଜର ରଖିବେ ରାଜ୍ୟ ସରକାର। ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବାକୁ କୁହାଯାଇଛି।

କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି, ବାହାର ରାଜ୍ୟରୁ ଆସି ଅନ୍ୟ ରାଜ୍ୟରେ କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳୀରେ ରହିବା ଓ ଖାଇବାର ବ୍ୟବସ୍ଥା କରିବେ ରାଜ୍ୟ ସରକାର। କେନ୍ଦ୍ର ସରକାର ଏଥିପାଇଁ ଏସଡିଆରଏଫରୁ ଅର୍ଥ ବ୍ୟୟ ପାଇଁ ଆଦେଶ ଜାରି କରିଛନ୍ତି । ଏହି ପାଣ୍ଠିରେ ରାଜ୍ୟ ସରକାରମାନଙ୍କର ଯଥେଷ୍ଟ ଅର୍ଥ ମହଜୁଦ ଅଛି। ଲକଡାଉନ କାଳରେ କୌଣସି କାଂଟଛାଂଟ ନକରି ବାହାର ରାଜ୍ୟର ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଅର୍ଥ ପ୍ରଦାନ କରିବାକୁ କୁହାଯାଇଛି। ଏହି ସମୟରେ ସେମାନଙ୍କ ଠାରୁ ଘର ଭଡା ଦାବି ନକରିବାକୁ ମଧ୍ୟ କୁହାଯାଇଛି। ଶ୍ରମିକ ଓ ଛାତ୍ରଛାତ୍ରୀମାନଙ୍କୁ ଘର ଖାଲି କରିବାକୁ କହୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ନିର୍ଦେଶ ଦେଇଛି।
ଏହିସବୁ ନିୟମାବଳୀର ଉଲଘଂନ କରି ଯେଉଁମାନେ ବାହାରକୁ ଯିବା ପାଇଁ ବାହାରିଛନ୍ତି, ସେମାନଙ୍କୁ ସମ୍ପୃକ୍ତ ରାଜ୍ୟ ସରକାର ୧୪ ଦିନ ପାଇଁ କ୍ୱାରାଣ୍ଟିନରେ ରଖିବା ପାଇଁ କହିଛନ୍ତି।

ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ

Leave A Reply

Your email address will not be published.