ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ମେଡ଼ିକାଲରେ ଡାକ୍ତରଙ୍କୁ ଛୁରାମାଡ଼

0

ଚେନ୍ନାଇ: ମେଡ଼ିକାଲ୍‌ରେ ସୁରକ୍ଷିତ ନୁହଁନ୍ତି ଡାକ୍ତର। ହସ୍ପିଟାଲରେ ବୁଲିଲା ଛୁରୀ। କ୍ୟାନ୍‌ସର ଓ୍ୱାର୍ଡରେ ମା’ର ଚିକିତ୍ସା ଚାଲିଥିବା ବେଳେ ଡାକ୍ତରଙ୍କୁ ଆଖିବୁଜା ଛୁରାମାଡ଼ କଲା ପୁଅ ।ଏମିତି ଅଭାବନୀୟ ଘଟଣା ଘଟିଛି ବୁଧବାର ଚେନ୍ନାଇର ଏକ ହସ୍ପିଟାଲରେ। ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଭୟଙ୍କର ଭାବରେ ଛୁରାମାଡ଼ କରିଛନ୍ତି। ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
ସୂଚନା ଯୋଗ୍ୟ, ଚେନ୍ନାଇର କାଲାଇଗାର୍ ସେଞ୍ଚୁରୀ ହସ୍ପିଟାଲରେ ବୁଧବାର ସକାଳେ ବିଘ୍ନେଶ ନାମକ ଜଣେ ଯୁବକ ନିଜ ତିନି ଜଣ ସାଙ୍ଗ ସହ ମିଶି ଛୁରୀରେ ସରକାରୀ ଡାକ୍ତରଙ୍କ ଉପରେ ଆକ୍ରମଣ କରିଛି। ଡାକ୍ତର ଓପିଡିରେ ଉପସ୍ଥିତ ଥିବାବେଳେ ଏହି ଅଘଟଣ ଘଟିଥିଲା। କର୍କଟ ରୋଗରେ ପିଡିତ ମା’ଙ୍କୁ ଡାକ୍ତର ଭୁଲ ଔଷଧ ଦେଇଥିବା ନେଇ ସନ୍ଦେହ କରି ଉକ୍ତ ଯୁବକ ଏଭଳି କାଣ୍ଡ କରିଥିବା ଜଣାପଡିଛି।

ଆହତ ଡାକ୍ତର ଜଣକ ଜଣେ ଅଙ୍କୋଲୋଜିଷ୍ଟ ଏବଂ ହୃଦ୍ ଚିକିତ୍ସକ। ତେବେ ତାଙ୍କର ଛାତି ଉପରେ ୭ ଥର ଛୁରିରେ ଆକ୍ରମଣ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଏହି ଆକ୍ରମଣ ପରେ ୨୬ବର୍ଷୀୟ ଉକ୍ତ ଯୁବକ ଖସିଯିବାକୁ ଚେଷ୍ଟା କରିଥିଲା ବେଳେ ହସ୍ପିଟାଲର କର୍ମଚାରୀ ଏବଂ ସୁରକ୍ଷା କର୍ମୀମାନେ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ତେବେ ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.