ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

୧୩ ଦିନରେ ଅଟକିଲା ବିଧାନସଭା ବଜେଟ୍ ଅଧିବେଶନ

0
  • ଲୋକସେବା ଭବନ ସମ୍ମେଳନ କକ୍ଷରେ ବସିଲା ଅଧିବେଶନ
  • ୨୦୨୦-୨୧ ଆର୍ଥିକ ବର୍ଷଲାଗି ଖର୍ଚ୍ଚ ଦାବି ପାରିତ ହେଲା
  • ଏସସିଏସଟି ବିଭାଗ ଛାଡି ଅନ୍ୟ ବିଭାଗ ଖର୍ଚ୍ଚ ଦାବି ଗିଲୋଟିନରେ ପାରିତ
  • ଅନିର୍ଦିଷ୍ଟ କାଳ ପାଇଁ ପ୍ରସ୍ତାବ ଆଣିଲେ ମୁଖ୍ୟ ସଚେତକ, ହଁ ମାରିଲା ଗୃହ
  • ଓଡ଼ିଶା ଇତିହାସରେ କରୋନା ଯୋଡିଲା ପୁଣି ଏକ ନୂଆ ଫର୍ଦ

ଭୁବନେଶ୍ବର: ୧ଲକ୍ଷ ୫୦ ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବା ସହିତ ଆଜି ବିଧାନସଭାର ବଜେଟ୍ ଅଧିବେଶନ ଶେଷ ହୋଇଛି। ମୋଟ ୧୩ଟି କାର୍ଯ୍ୟଦିବସରେ ଏହି ଅଧିବେଶନ ଅଟକିଯାଇଥିଲା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅନିର୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଇତିହାସରେ ପ୍ରଥମ ଥର ପାଇଁ ଆଜି ବିଧାନସଭା ବୈଠକ ଲୋକସେବା ଭବନ (ପୂର୍ବରୁ ସଚିବାଳୟ) ସମ୍ମେଳନ କକ୍ଷରେ ଅନୁଷ୍ଠିତ ହୋଇଥିଲା। ପାଖାପାଖି ଏକ ଘଣ୍ଟାରୁ ଅଧିକ ସମୟ ଆଲୋଚନା ପରେ ବାଚସ୍ପତି ବଜେଟ୍ ଅନୁମୋଦନ ସହିତ ଗୃହକୁ ମୁଲତବୀ ରଖିଥିଲେ। ପୂର୍ବରୁ ୩୦ ପ୍ରତିଶତ ବିଧାୟକଙ୍କ ଉପସ୍ଥିତି ପାଇଁ ବିଧାୟକ ଦଳ ନେତାମାନଙ୍କୁ କୁହାଯାଇଥିଲା। ବିଧାୟକମାନେ ସାମାଜିକ ଦୂରତ୍ବ ରକ୍ଷା କରିଥିଲେ। ହେଲେ ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିଲେ।

ଆଜି ଗୃହ ଆରମ୍ଭ ହେବା ମାତ୍ରେ ବାଚସ୍ପତି ପ୍ରଥମେ ପ୍ରଶ୍ନକାଳକୁ ବାତିଲ୍ କରିଦେଇଥିଲେ। ପରେ ଆଜି ପାଇଁ ଥିବା ଖର୍ଚ୍ଚ ଦାବି ଗିଲୋଟିନ୍ ଅନ୍ତର୍ଭୁକ୍ତ ହେବ ବୋଲି ସୂଚନା ଦେଇ ଏସସିଏସଟି ବିଭାଗ ଛାଡି ଅନ୍ୟ ବିଭାଗର ସବୁ ଖର୍ଚ୍ଚ ଦାବିକୁ ଗିଲୋଟିନ୍ ଦ୍ବାରା ଗୃୃହ ଅନୁମୋଦନ କରାଇଥିଲା। ଏଥିସହିତ ବାଚସ୍ପତି ଗୃହକୁ ୧୫ମିନିଟ ପାଇଁ ମୁଲତବୀ କରିଥିଲେ।

ଗୃହ ଆରମ୍ଭ ହେବା ମାତ୍ରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ କରାଯାଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଗତ ଫେବ୍ରୁଆରି ୧୮ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂୂଜାରୀ ୧ଲକ୍ଷ ୫୦ ହଜାର କାେଟି ଟଙ୍କାର ବଜେଟ୍ ଆଗତ କରିଥିଲେ। ବ୍ୟୟମଞ୍ଜୁରୀ ବିଲ୍ ଆଲୋଚନା ଛଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କରୋନା ପ୍ରସଙ୍ଗ ଉଠାଇଥିଲେ। କହିଥିଲେ, କରୋନା ଜନିତ କଟକଣା କାରଣରୁ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳିବାରେ ଅସୁବିଧା ହେଉଛି। ଏଣୁ ଗ୍ରାମାଞ୍ଚଳ ଉପରେ ସରକାରଙ୍କୁ ଅଧିକ ଦୃଷ୍ଟି ଦେବାକୁ ହେବ। ଗ୍ରୀଷ୍ମକାଳ ହୋଇଥିବା କାରଣରୁ ପିଇବା ପାଣି ଓ ନିରବଚ୍ଛିନ୍ନ ବିଜୁଳି ବି ଅପରିହାର୍ଯ୍ୟ। ଅନ୍ୟଥା ଲୋକେ ବାହାରକୁ ବାହାରିବାକୁ ବାଧ୍ୟ ହେଉଛନ୍ତି। ଏଣୁ ବିଦ୍ୟୁତ ବିଭାଗକୁ ଏ ସଂକ୍ରାନ୍ତରେ ସ୍ପଷ୍ଟ ନିର୍ଦେଶ ଦିଆଯିବା ଆବଶ୍ୟକ, ଯେମିତି ୨୪ ଘଣ୍ଟା ବିଦ୍ୟୁତ ସରବରାହ ଜାରି ରହେ।

ଶ୍ରୀ ନାୟକ କହିଥିଲେ, ସେହପରି ଲକ୍ ଡାଇନ ଆଦି କାରଣରୁ ଲୋକମାନେ ରୋଜହାର ହରାଇବା ଭଳି ସ୍ଥିତି ଉପଜୁଛି। ସମସ୍ତଙ୍କ ପାଇଁ ଖାଦ୍ୟ, ପିଇବା ପାଣି ଆଦି ବ୍ୟବସ୍ଥା କରିବା ଲାଗି ଶ୍ରୀ ନାୟକ ଦାବି କରିଥିଲେ। କେବଳ ସେତିକି ନୁହେଁ, ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଅତୀତର ସଫଳତା ହାର ବେଶ୍ ସନ୍ତୋଷଜନକ ବୋଲି ମତ ରଖି ବିରୋଧୀ ଦଳ ନେତା ଆହୁରି କହିଥିଲେ ଯେ କେବଳ କଟକଣା ଜାରି କଲେ ହେବ ନାହିଁ। ବରଂ ରାଜ୍ୟ ସରକାର ବିଭିନ୍ନ ସଂଗଠନ, ବ୍ୟକ୍ତିବିଶେଷ, ବିଶେଷଜ୍ଞ ପ୍ରମୁଖଙ୍କ ସହଯୋଗ ଲୋଡିବା ଆବଶ୍ୟକ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସର୍ବଦଳୀୟ ବୈଠକ ଡାକିବା ଲାଗି ସରକାରଙ୍କ ନିକଟରେ ଦାବି ରଖି କହିଥିଲେ ଯେ କଟକଣା କାରଣରୁ ଚାଉଳ ପରିବହନ ଆଦି କ୍ଷେତ୍ର ପ୍ରଭାବିତ ହେଉଛି। ପୁଲି୍ସ ମାତ୍ରାଧିକ ଆଚରଣ ପ୍ରଦର୍ଶନ କରିବାର କ୍ଷାନ୍ତ ରହିବା ଦରକାର। ସରକାର ପୂର୍ବରୁ କହିଥିଲେ ଯେ ବିଧାୟକମାନେ ନିଜ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରାନ୍ତୁ। ଏବେ କିନ୍ତୁ ପୂରା ଘରେ ରହିବାକୁ ବାଧ୍ୟ କରୁଛନ୍ତି। ବିଧାୟକମାନଙ୍କ ଆଚରଣ କଣ ହେବା ଦରକାର, ତାହା ମଧ୍ୟ ସରକାର ସ୍ପଷ୍ଟ କରିବା ଉଚିତ୍। କରୋନା କାରଣରୁ ରାଜ୍ୟରେ କେବଳ ରୋଗ ଜନିତ ସମସ୍ୟା ଭୟ ରହିଛି ତା ନୁହେଁ, ଏହା ସହିତ ଅର୍ଥନୀତି ଭୁଶୁଡିଯାଇପାରେ। ସରକାର ଏ ନେଇ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ସହିତ ଯେଉଁସବୁ ନିର୍ଦେଶନାମା ଲୋକଙ୍କ ପାଇଁ ଜାରି କରାଯାଉଛି, ସେ ମଧ୍ୟରୁ ଅନେକ ଅବୁଝା ରହୁଥିବା କାରଣରୁ ପ୍ରଚାର ପତ୍ର ଆଦି ମାଧ୍ୟମରେ ଲୋକେ କଣ କରିବେ, କଣ ନ କରିବେ, ତାହା ଜଣାଇବାର ଆବଶ୍ୟକତା ରହିଥିବା ଶ୍ରୀ ମିଶ୍ର କହିଥିଲେ। ଏଥିସହିତ କିଛି ଅଞ୍ଚଳରେ ସରକାରଙ୍କ କାର୍ଯ୍ୟକ୍ରମ ପହଞ୍ଚୁନଥିବା ଓ କିଛି ଅଞ୍ଚଳରେ ଦୁର୍ନୀତି ପାଇଁ ସାହାଣ ମେଲା ନେଇ ମଧ୍ୟ ଆଶଙ୍କା ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା।

ରାଜ୍ୟ ସରକାରଙ୍କ ପଦକ୍ଷେପ ସହିତ ମନ୍ତ୍ରୀ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ କରିବା ଲାଗି ବାଚସ୍ପତିଙ୍କ ଅନୁରୋଧ କରିଥିଲେ। ବିରୋଧୀ ଦଳ ସଦସ୍ୟମାନେ ଯେଉଁ ଉଦବେଗ ପ୍ରକାଶ କରିଛନ୍ତି, ତାହା ଉପରେ ସରକାର ଦୃଷ୍ଟି ଦେବାକୁ ବାଚସ୍ପତି ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏଥିସହିତ ବ୍ୟୟମଞ୍ଜୁରୀ ବିଲ୍ ବାଚନିକ ଭୋଟରେ ପାରିତ ହୋଇଥିଲା। ପରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କରୋନା ପରିପ୍ରେକ୍ଷୀରେ ଗୃହ ଅବଧିକୁ ସୀମିତ କରି ମୁଲତବୀ କରିବା ଲାଗି ବାଚସ୍ପତିଙ୍କ ସାମ୍ନାରେ ପ୍ରସ୍ତାବ ରଖିଥିଲେ।

ଏହା ଉପରେ ବିରୋଧୀ ଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରମୁଖ ମତ ରଖିଥିଲେ। ବାଚସ୍ପତି କରୋନା ପାଇଁ ବିଭିନ୍ନ ବର୍ଗର ଲୋକମାନେ ଯେଉଁ ସାଧୁ ଉଦ୍ୟମ କରୁଛନ୍ତି ତାକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଥିଲେ। ସର୍ବସମ୍ମତ କ୍ରମେ ପ୍ରସ୍ତାବ ପାରିତ ହେବା ସହିତ ବାଚସ୍ପତି ଗୃହକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ କରିଥିଲେ।

Leave A Reply

Your email address will not be published.