ପ୍ରମୁଖ ଖବର

ଖୁବ ଶୀଘ୍ର ୧୦ ଓ ୫୦୦ ଟଙ୍କା ନୂଆ ନୋଟ୍ ଆଣିବ ଆରବିଆଇ
ବଢ଼ିଲା ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧି
ଏପ୍ରିଲ ୧୧ରେ ଶୁଭାରମ୍ଭ ହେବ ଆୟୁଷ୍ମାନ୍ କାର୍ଡ
ଓଡିଶାର ୨ଟି ରେଳ ପ୍ରକଳ୍ପକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
ମେଘନାଦ ପାଚେରୀରେ ମଗରମୁଣ୍ଡ ଭାଙ୍ଗିବା ଘଟଣାରେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱରରେ ଦୁଇ ଲୁଟେରାଙ୍କୁ ଏନ୍‌କାଉଣ୍ଟର
ଭେଟେରାନ ଅଭିନେତା ମନୋଜ କୁମାରଙ୍କ ପରଲୋକ

ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ

0

ନୂଆଦିଲ୍ଲୀ; ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ବାୟୁ ପ୍ରଦୂଷଣ ଦିଲ୍ଲୀ-ଏନସିଆରରେ ଲୋକଙ୍କ ସମସ୍ୟା ବଢାଇ ଦେଇଛି। ସବୁଠାରୁ ବଡ ସମସ୍ୟା ହେଉଛି ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ। ଏଠାରେ ମଧ୍ୟ ମଙ୍ଗଳବାର (୧୯ ନଭେମ୍ବର ୨୦୨୪) ଅଧିକାଂଶ ସ୍ଥାନରେ ଏକ୍‌ୟୁଆଇ ୫୦ ଅତିକ୍ରମ କରିଥିଲା ଯାହା ଅଧିକ ଭୟଙ୍କର ଅଟେ। ଏହାପୂର୍ବରୁ ସୋମବାର ମଧ୍ୟ ଏହି ସହରଗୁଡିକରେ ଏକ୍ୟୁଆଇ ସ୍ତର ୫୦୦ରୁ ଅଧିକ ଥିଲା।

ବାୟୁ ପ୍ରଦୂଷଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସୋମବାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଏକ ପରାମର୍ଶ ଦେଇଛନ୍ତି। ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୨୩ନଭେମ୍ବର ସୁଦ୍ଧା ଅଫଲାଇନ କ୍ଲାସ ଏବଂ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟକୁ ୨୨ ନଭେମ୍ବର ସୁଦ୍ଧା ବନ୍ଦ କରି ଅନଲାଇନ କ୍ଲାସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ଦିଲ୍ଲୀ-ଏନସିଆରର ସ୍କୁଲଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଅନଲାଇନ କ୍ଲାସ ନେବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.