ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

୨୬ରେ ବିଧାନସଭା ଶୀତକାଳୀନ ଅଧିବେଶନ

0

୨୫ରେ ହେବେ ସର୍ବଦଳୀୟ ବୈଠକ
ଭୁବନେଶ୍ବର: ଆସନ୍ତା ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ। ଏଥିପାଇଁ ଦିନକ ପୂର୍ବରୁ ଅର୍ଥାତ୍ ଆସନ୍ତା ୨୫ ତାରିଖରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ମନ୍ତ୍ରୀ କହିଛନ୍ତି, ବିଧାନସଭାର ଅତିରିକ୍ତ ବଜେଟ ପାଇଁ ଆସନ୍ତା ୨୬ରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଚାଲୁରହିବ। ଏଥିପାଇଁ ୨୫ରେ ସର୍ବଦଳୀୟ ବୈଠକ ବସିବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହ ଆଲୋଚନା ହୋଇଛି। ଏହି ଅଧିବେଶନକୁ କିପରି ସୁରୁଖୁରୁରେ ପରିଚାଳନା କରାଯିବ ସେନେଇ ବାଚସ୍ପତି ସମସ୍ତଙ୍କର ସହଯୋଗ ଲୋଡ଼ିବେ। ଲୋକଙ୍କ ହିତରେ ବିଭିନ୍ନ ବଜେଟ୍ ପାରିତ ହେବ।

ସେପଟେ ପୂର୍ବର ଅଧିବେଶନକୁ ଦେଖିବାକୁ ଗଲେ ବିରୋଧୀ ଅନେକ ହଙ୍ଗାମା କରିଚନ୍ତି। ଏଥର ମଧ୍ୟ ସମାନ ପରିସ୍ଥିତି ଉପୁଜିବା ନେଇ ସମ୍ଭାବନା ରହିଛି। ଆମ୍ବ ଟାକୁଆ ଖାଇ ମୃତ୍ୟୁ ପ୍ରସଙ୍ଗ, ରାଜ୍ୟରେ ବଢୁଥିବା ଦୁଷ୍କର୍ମ ଭଳି ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ।

Leave A Reply

Your email address will not be published.