ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ସରିଲା ସର୍ବଦଳୀୟ ବୈଠକ, ୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ

0

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ଆଜି ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ପ୍ରମୁଖ ଉପସ୍ଥିତ ରହିଛନ୍ତି । କାଲିଠାରୁ ବିଭିନ୍ନ ବିଷୟ ନେଇ ଗୃହରେ କିପରି ସୁସ୍ଥ ବାତାବରଣ ବଜାୟ ରଖିବା ଏବଂ ଗୃହର ଗରିମା ଅକ୍ଷୁର୍ଣ୍ଣ ରଖିବା, ସେନେଇ ଶାସକ ଏବଂ ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା କରୁଛନ୍ତି ବାଚସ୍ପତି।

ତେବେ ନଭେମ୍ବର ୨୬ ଅର୍ଥାତ୍ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଯାହା ଆସନ୍ତା ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ ଆରମ୍ଭ ଦିନରେ ହିଁ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ରାଜ୍ୟ ସରକାର। ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ତେବେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ପ୍ରସଙ୍ଗ, ଓ୍ବାକଫ୍ ବୋର୍ଡ ପ୍ରସଙ୍ଗ ଭଳି ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବା ନେଇ ସମ୍ଭାବନା ରହିଥିବା ବେଳେ ଏନେଇ ଶାସକ ବିଜେପି ଦଳ ପକ୍ଷରୁ ମୁକାବିଲା ପାଇଁ ଦଳୀୟ ବୈଠକ ଆୟୋଜିତ ହୋଇଛି।

Leave A Reply

Your email address will not be published.