ପ୍ରମୁଖ ଖବର

ପାଟଣାଗଡ଼ ପାର୍ସଲ ବୋମା ମାମଲା: ପୁଞ୍ଜିଲାଲ୍ ଦୋଷୀ, ମରିବା ଯାଏଁ ଜେଲ୍‌, ୧.୪ ଲକ୍ଷ ଟଙ୍କା ଜରିମାନା
ପୁରୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ; ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ
ଧାନର ଏମଏସ୍‌ପି ୬୯ ଟଙ୍କା ବଢ଼ାଇଲେ କେନ୍ଦ୍ର ସରକାର
ଓଡ଼ିଶାରୁ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ: ୫ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱରର ଓ ଜଣେ ଖୋର୍ଦ୍ଧା ଅଞ୍ଚଳର, ସଂକ୍ରମିତ ୫ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା।
ପୁଣି ଜଣକୁ ଦଳିଦେଲା ଆମ ବସ୍‌: ଖଣ୍ଡଗିରିରେ ରାସ୍ତାରୋକ ଭାଙ୍ଗିଦେଲେ ୮ ବସ୍‌
କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବକୁ ମୋହର; ବେସାମରିକ ସେବାରେ ବୟସ ସୀମା ୪୨କୁ ବୃଦ୍ଧି
ପ୍ରବଳ ବର୍ଷା ନେଇ ଆଲର୍ଟ; ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ
ଆଜି ୪ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ: ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି

ବ୍ରେକ ଅପ୍ କରିବା ଅର୍ଥ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନୁହେଁ : ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ବ୍ରେକ ଅପ୍ କିମ୍ବା କଥା ଦେଇ ବିବାହ ନ କରିବା ଅପରାଧ ନୁହେଁ। ଏପରି ଏକ ନିଷ୍ପତ୍ତି ସମୟରେ ଏହା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବ୍ରେକ ଅପ୍ କିମ୍ବା କଥା ଦେଇ ବିବାହ ନକରିବାର ଅର୍ଥ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ହୋଇନଥାଏ। ବରଂ ଏପରି ହେବାପରେ ବ୍ୟକ୍ତି ମାନସିକ ଭାବରେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥାଏ ବୋଲି କୋର୍ଟ କହିଛନ୍ତି।

ଯଦି କୌଣସି ବ୍ୟକ୍ତି ଆତ୍ମହତ୍ୟା କରେ, ତେବେ ଏଥିପାଇଁ ଅନ୍ୟ କୌଣସି ବ୍ୟକ୍ତି ଅପରାଧୀ ସାବ୍ୟସ୍ତ ହେବେନାହିଁ ବୋଲି କୋର୍ଟ କହିଛନ୍ତି। କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଜଷ୍ଟିସ ପଙ୍କଜ ମିତ୍ତଲ ଓ ଉଜ୍ଜଳ ଭୂୟାଁଙ୍କ ଖଣ୍ଡପୀଠ ଶୁଣାଣି କରି ଏହାକୁ ସାଧାରଣ ବ୍ରେକ ଅପ ବୋଲି କହିଛନ୍ତି। ଏହି ମାମଲାରେ ଦଣ୍ଡବିଧାନକୁ ମଧ୍ୟ କୋହଳ କରାଯାଇଛି।

ସୂଚନା ଅନୁସାରେ, କର୍ଣ୍ଣାଟକ ହାଇକୋର୍ଟ କମରୁଦ୍ଦିନ ଦସ୍ତଗୀର ସନ୍ଦୀକୁ ନିଜ ବାନ୍ଧବୀଙ୍କ ସହ ଚାର୍ଟ କରି ସୁଇସାଇଡ କରିବାକୁ ପ୍ରେରିତ କରିଥିବା କାରଣରୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଭିଯୁକ୍ତକୁ ୫ ବର୍ଷ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କାର ଜରିମାନା ମଧ୍ୟ ଘୋଷଣା କରାଯାଇଥିଲା। ୨୦୦୭ ମସିହାରେ ଅଭିଯୁକ୍ତ କମରୁଦ୍ଦିନ ନିଜ ବନ୍ଧବୀଙ୍କ ସହ ୮ ବର୍ଷର ସମ୍ପର୍କ ପରେ ମଧ୍ୟ ବିବାହା କରିବାକୁ ମନା କରିଥିଲା। ଏହାପରେ ୨୧ ବର୍ଷୀୟ ଝିଅ ଆତ୍ମହତ୍ୟା କରିବାରୁ ତାଙ୍କ ମାଆ ଥାନାରେ ଏତଲା ଦେଇଥିଲେ। ଟ୍ରାଏଲ କୋର୍ଟ ଅଭିଯୁକ୍ତକୁ ନିର୍ଦୋଷରେ ଖଲାସ କରିଥିଲେ ମଧ୍ୟ ହାଇକୋର୍ଟ ଧାରା ୪୧୭(ଠକାମି ) ଏବଂ ୩୦୬( ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଅନୁସାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ଏହି କେସ୍ ସୁପ୍ରିମ କୋର୍ଟରେ ପହଞ୍ଚିଥିଲା। ଯାଞ୍ଚରେ ମହିଳାଙ୍କ ସହିତ ଅଭିଯୁକ୍ତର ଶାରୀରିକ ସମ୍ପର୍କ ଥିବା କିମ୍ବା ଆତ୍ମହତ୍ୟା ପାଇଁ ଉସୁକାଇଥିବା ପ୍ରମାଣିତ ହୋଇପାରି ନାହିଁ। ତେଣୁ ଯୁବକଙ୍କୁ ଦଣ୍ଡ ଦେବା ନ୍ୟାୟ ସଙ୍ଗତ ନୁହେଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି ।

Leave A Reply

Your email address will not be published.