ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ପରାକ୍ରମ ଦେଖାଇଲା ଭାରତୀୟ ନୌସେନା

0

ଡେମୋର ଉଦ୍‌ଘାଟନ କଲେ ରାଷ୍ଟ୍ରପତି
ପୁରୀ: ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ବୁଧବାର ନୌସେନା ତା’ର ପରାକ୍ରମ ଦେଖାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଡେମୋର ଉଦ୍‌ଘାଟନ କରିଛନ୍ତି। ରାଷ୍ଟ୍ରପତି ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ପ୍ରଥମ କରି ପୁରୀରେ ନୌସେନା ଦିବସ ପାଳିତ ହେଉଛି। ଏଥିରେ ୧୫ଟି ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ, ଗୋଟିଏ ବୁଡ଼ା ଜାହାଜ ସାମିଲ ହୋଇଥିବାବେଳେ ବେଳାଭୂମିରେ ସତେ ଯେମିତି ଯୁଦ୍ଧର ଭ୍ରମ ସୃଷ୍ଟି ହୋଇଛି। ଆମ ଦେଶର ନୌବୀରମାନେ ଜଳପଥରେ ସେମାନଙ୍କର ରଣକୌଶଳ ଦେଖାଉଛନ୍ତି।

ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଖୁବ୍ ଅଧିକ ରହିଛି। ଧ୍ୱଜାବତରଣ ପରେ ନୌସେନା ମୁଖ୍ୟ ସମ୍ବୋଧିତ କରିଥିଲେ। ସେ କହିଥିଲେ, ଆମେ ସମୁଦ୍ର ଭିତରେ କ’ଣ କରିପାରିବୁ ତାହା ଏଠାରେ ପ୍ରଦର୍ଶନ କରିଛୁ। ୧୯୭୨ ମସିହା ପୂର୍ବରୁ ଡିସେମ୍ବର ୧୫ରେ ପାଳନ ହେଉଥିଲା ନୌସେନା ଦିବସ। ୧୯୭୧ ଡିସେମ୍ବର ୩ରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା ଭାରତୀୟ ନୌସେନା। ଡିସେମ୍ବର ୪ ରାତିରେ ନିଜର ପରାକ୍ରମ ଦେଖାଇ ପାକିସ୍ତାନୀ ଯୁଦ୍ଧ ଜାହାଜ ଧ୍ୱଂସ କରିଥିଲା । ସେବେଠାରୁ ଡିସେମ୍ବର ୪ରୁ ହେଉଛି ନୌସେନା ଦିବସ।

ପୁରୀ ସମୁଦ୍ର ଓ ବେଳାଭୂମିରେ ପ୍ରାୟ ୪ ଟ୍ୟାଙ୍କ, ୧୫ ଯୁଦ୍ଧ ଜାହାଜ, ୩୦ଟି ଯୁଦ୍ଧ ହେଲିକପ୍ଟର, ୫ଟି ଯୁଦ୍ଧ ବିମାନ, ୫ଟି ଜେଟ୍ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଲେଜର ସୋ ଓ ଡ୍ରୋନ ସୋ ଅନ୍ୟତମ ଆକର୍ଷଣ ପାଲଟିଥିଲା। ଏହି ଅବସରରେ ଚେତକ ଓ ସି-କିଙ୍ଗ ହେଲିକପ୍ଟର ଦେଖାଇଥିଲେ ରଣ କୌଶଳ। ଯୁଦ୍ଧ ଜାହାଜରେ ହେଲିକପ୍ଟର ଅବତରଣର ଦୃଶ୍ୟ ସହ ହେଲିକପ୍ଟରରେ ସନ୍ଧାନ ଓ ଉଦ୍ଧାର ଦୃଶ୍ୟ ମଧ୍ୟ ନିଆରା ରହିଥିଲା। ପୁରୀ ସମୁଦ୍ର ବାଲିରେ ଗର୍ଜନ କରି ଗଡ଼ିଥିଲା ବିଏମପି ଟ୍ୟାଙ୍କ। ଏହିସବୁ ଟ୍ୟାଙ୍କର ବେଗ ଥିଲା ଘଣ୍ଟାପ୍ରତି ୬୫ କିଲୋମିଟର। ଥରକେ ୪୫୦ କିଲୋମିଟର ଯିବାର କ୍ଷମତା ସମ୍ପନ୍ନ ଏହି ଟ୍ୟାଙ୍କର ପ୍ରଦର୍ଶନ ଦର୍ଶକକୁ ବେଶ ଆକର୍ଷିତ କରିଥିଲା। ୪ କିଲୋମିଟର ମଧ୍ୟରେ ଶତ୍ରୁକୁ ନିପାତ କରିବାରେ ସକ୍ଷମ ଏହିସବୁ ଟ୍ୟାଙ୍କ। ମାର୍କୋସ କମାଣ୍ଡୋଙ୍କ କଳା କୌଶଳ ସାଙ୍ଗକୁ ଆକାଶରେ ଯୁଦ୍ଧ ବିମାନରୁ ନିଆଁ ବର୍ଷାର ଦୃଶ୍ୟ ଥିଲା ନିଆରା। ମିଗ୍-୨୯କେ ବିମାନ ଓ ଯୁଦ୍ଧ ଜାହାଜରୁ ଆଣ୍ଟି ସବମରିନ ରକେଟ୍ ଫାୟାରିଂ ବି ବେଶ ଆକର୍ଷଣୀୟ ଥିଲା । ସମୁଦ୍ରରେ ବୋମାବର୍ଷାର ଦୃଶ୍ୟ ବି ଦେଖିଥିଲେ ଦର୍ଶକ।

Leave A Reply

Your email address will not be published.