ପ୍ରମୁଖ ଖବର

ପାଟଣାଗଡ଼ ପାର୍ସଲ ବୋମା ମାମଲା: ପୁଞ୍ଜିଲାଲ୍ ଦୋଷୀ, ମରିବା ଯାଏଁ ଜେଲ୍‌, ୧.୪ ଲକ୍ଷ ଟଙ୍କା ଜରିମାନା
ପୁରୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ; ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ
ଧାନର ଏମଏସ୍‌ପି ୬୯ ଟଙ୍କା ବଢ଼ାଇଲେ କେନ୍ଦ୍ର ସରକାର
ଓଡ଼ିଶାରୁ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ: ୫ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱରର ଓ ଜଣେ ଖୋର୍ଦ୍ଧା ଅଞ୍ଚଳର, ସଂକ୍ରମିତ ୫ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା।
ପୁଣି ଜଣକୁ ଦଳିଦେଲା ଆମ ବସ୍‌: ଖଣ୍ଡଗିରିରେ ରାସ୍ତାରୋକ ଭାଙ୍ଗିଦେଲେ ୮ ବସ୍‌
କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବକୁ ମୋହର; ବେସାମରିକ ସେବାରେ ବୟସ ସୀମା ୪୨କୁ ବୃଦ୍ଧି
ପ୍ରବଳ ବର୍ଷା ନେଇ ଆଲର୍ଟ; ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ
ଆଜି ୪ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ: ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି

ରେଳ ଷ୍ଟେସନରୁ ୬୦ କେଜି ରୁପା ଅଳଙ୍କାର ଜବତ

0

ରାଉରକେଲା: ରାଉରକେଲା ଜିଆରପିକୁ ମିଳିଲା ବଡ ସଫଳତା। ରାଉରକେଲା ରେଳ ଷ୍ଟେସନରୁ ୬୦ କେଜି ରୁପା ଅଳଙ୍କାର ଜବତ କଲା ଜିଆରପି। ରୁପା ଅଳଙ୍କାର ଜବତ ସହ ଜଣଙ୍କୁ ଅଟକ ରଖିଛି ଜିଆରପି। ଅଟକ ବ୍ୟକ୍ତି ଜଣଙ୍କ ହେଲେ ଚନ୍ଦନ କୁମାର। ବିନା ଜିଏସଟିରେ ରୁପା ଅଳଙ୍କାର ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଚନ୍ଦନ କୁମାରଙ୍କ ଉପରେ ସନ୍ଦେହ ହୋଇଥିଲା। ରାଉରକେଲା ରେଳ ଷ୍ଟେସନରୁ ରାଞ୍ଚି ନେଇଯାଉଥିବା ବେଳେ ରୁପା ଅଳଙ୍କାର ସବୁକୁ ଜବତ କରିଛି ଜିଆରପି। ଘଟଣା ସମ୍ପର୍କରେ ଜିଏସ୍‌ଟି ବିଭାଗକୁ ଅବଗତ କରିଛି ଜିଆରପି।
ସୂଚନା ଅନୁସାରେ, ୬୦ କେଜି ରୁପା ଅଳଙ୍କାର ନେଇ ରାଞ୍ଚି ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ରାଉରକେଲା ରେଳ ଷ୍ଟେସନ ନିକଟରେ ଜଣେ ବ୍ୟକ୍ତିଙ୍କୁ ଧରିଥିଲା ଜିଆରପି। ଉକ୍ତ ବ୍ୟକ୍ତିଙ୍କର ବ୍ୟାଗ ଯାଞ୍ଚ କରିବାରୁ ସେଥିରୁ ୫୧ କେଜି ଅଳଙ୍କାର ଓ ୧୦ ଖଣ୍ଡ ଇଟା ଜବତ କରିଥିଲା ଜିଆରପି। ପରେ ଏନେଇ ଜିଏସ୍‌ଟି ବିଭାଗକୁ ଅବଗତ କରିଥିଲା ଜିଆରପି। ଜିଏସ୍‌ଟି କର୍ମଚାରୀ ଉକ୍ତ ବ୍ୟକ୍ତିକୁ ଅଟକ ରଖିବା ସହ ଜବତ ରୁପା ବିଷୟରେ ପଚରାଉଚରା କରୁଛନ୍ତି। ତେବେ ଏତେ ପରିମାଣର ରୁପା କାହିଁକି ଏବଂ କାହା ପାଖକୁ ନେଉଥିଲେ ସେନେଇ ଅଧିକ ତଦନ୍ତ କରୁଛି ଜିଏସଟି ବିଭାଗ।

Leave A Reply

Your email address will not be published.