ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ରେଳ ଷ୍ଟେସନରୁ ୬୦ କେଜି ରୁପା ଅଳଙ୍କାର ଜବତ

0

ରାଉରକେଲା: ରାଉରକେଲା ଜିଆରପିକୁ ମିଳିଲା ବଡ ସଫଳତା। ରାଉରକେଲା ରେଳ ଷ୍ଟେସନରୁ ୬୦ କେଜି ରୁପା ଅଳଙ୍କାର ଜବତ କଲା ଜିଆରପି। ରୁପା ଅଳଙ୍କାର ଜବତ ସହ ଜଣଙ୍କୁ ଅଟକ ରଖିଛି ଜିଆରପି। ଅଟକ ବ୍ୟକ୍ତି ଜଣଙ୍କ ହେଲେ ଚନ୍ଦନ କୁମାର। ବିନା ଜିଏସଟିରେ ରୁପା ଅଳଙ୍କାର ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଚନ୍ଦନ କୁମାରଙ୍କ ଉପରେ ସନ୍ଦେହ ହୋଇଥିଲା। ରାଉରକେଲା ରେଳ ଷ୍ଟେସନରୁ ରାଞ୍ଚି ନେଇଯାଉଥିବା ବେଳେ ରୁପା ଅଳଙ୍କାର ସବୁକୁ ଜବତ କରିଛି ଜିଆରପି। ଘଟଣା ସମ୍ପର୍କରେ ଜିଏସ୍‌ଟି ବିଭାଗକୁ ଅବଗତ କରିଛି ଜିଆରପି।
ସୂଚନା ଅନୁସାରେ, ୬୦ କେଜି ରୁପା ଅଳଙ୍କାର ନେଇ ରାଞ୍ଚି ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ରାଉରକେଲା ରେଳ ଷ୍ଟେସନ ନିକଟରେ ଜଣେ ବ୍ୟକ୍ତିଙ୍କୁ ଧରିଥିଲା ଜିଆରପି। ଉକ୍ତ ବ୍ୟକ୍ତିଙ୍କର ବ୍ୟାଗ ଯାଞ୍ଚ କରିବାରୁ ସେଥିରୁ ୫୧ କେଜି ଅଳଙ୍କାର ଓ ୧୦ ଖଣ୍ଡ ଇଟା ଜବତ କରିଥିଲା ଜିଆରପି। ପରେ ଏନେଇ ଜିଏସ୍‌ଟି ବିଭାଗକୁ ଅବଗତ କରିଥିଲା ଜିଆରପି। ଜିଏସ୍‌ଟି କର୍ମଚାରୀ ଉକ୍ତ ବ୍ୟକ୍ତିକୁ ଅଟକ ରଖିବା ସହ ଜବତ ରୁପା ବିଷୟରେ ପଚରାଉଚରା କରୁଛନ୍ତି। ତେବେ ଏତେ ପରିମାଣର ରୁପା କାହିଁକି ଏବଂ କାହା ପାଖକୁ ନେଉଥିଲେ ସେନେଇ ଅଧିକ ତଦନ୍ତ କରୁଛି ଜିଏସଟି ବିଭାଗ।

Leave A Reply

Your email address will not be published.