ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍‌

0

ସମ୍ବଲପୁର: ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍‌। ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ରେବତୀ ରମଣ ଯୋଶୀଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ମିଳିଛି। ଜବତ ଟଙ୍କା ଗଣିବା ପାଇଁ ଆସିଲା ମେସିନ।

ଆଜି ସକାଳେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏସିଏଫ୍‌ ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏସିଏଫ୍‌ଙ୍କ ସମ୍ବଲପୁର ଓ ବରଗଡ଼ରେ ଥିବା ଘର ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଦୁର୍ନୀତି ନିବାରଣ ବିଭାଗର ୩ ଜଣ ଭିଏସପି, ୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ପକ୍ଷରୁ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି, ସମ୍ବଲପୁର ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ସମ୍ବଲପୁର ଓ ବରଗଡ଼ର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।

ସେଥିମଧ୍ୟରେ ଯୋଶୀଙ୍କ ସମ୍ବଲପୁରର ଡିଅର ପାର୍କରେ ଥିବା ସରକାର କ୍ୱାର୍ଟର୍ସ, ସମ୍ବଲପୁର କାର୍ଯ୍ୟାଳୟ ଚାମ୍ବର, ସମ୍ବଲପୁରର ଅଇଁଠାପାଲିସ୍ଥିତ ତାଙ୍କର ତିନି ମହଲା କୋଠା, ସମ୍ବଲପୁର ବ୍ରିଜଧାମମ ହାଉସିଂ ସୋସାଇଟି, କାହ୍ନେୟା ବ୍ଲକରେ ସ୍ଥାନ ଫ୍ଲାଟ ନମ୍ବର ଜି-୫, ଓ ଜି-୬, ସମ୍ବଲପୁର ଫାର୍ମ ରୋଡ, ସିଟି ପ୍ରାଇଡ ଆପାର୍ଟମେଣ୍ଟ ବିଲଡିଂ ଫ୍ଲାଟ ନମ୍ବର ଏ-୪୦୬, ସମ୍ବଲପୁର-ଝିରସୁଗୁଡା ରାସ୍ତା ସମ୍ବଲପୁରର ମାଲିପାଲିରେ ଏକ ମହଲା ବିଶିଷ୍ଟ ବ୍ୟବସାୟିକ କୋଠା, ବରଗଡ଼ ଜିଲା ପଦ୍ମପୁରର ଥିବା ଏକ ମହଲା କୋଠା, ବରଗଡ଼ ଜିଲା ବିଜେପୁର ବଲଣ୍ଡା ଯୋଶୀଙ୍କ ପୈତୃକ ଘର ଅନ୍ତର୍ଭୁକ୍ତ। ଚଢ଼ାଉ ବେଳେ ପ୍ରାଥମିକ ପର୍ଯାୟରେ ଯୋଶୀଙ୍କ ସମ୍ବଲପୁରର ଡିଅର ପାର୍କସ୍ଥିତ ସରକାର କ୍ୱାର୍ଟର୍ସରୁ ନଗଦ ୧୪.୫ ଲକ୍ଷ ଟଙ୍କା ଜବତ କରାଯାଇଛି।

Leave A Reply

Your email address will not be published.