ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହେଲେ ରାହୁଲ ନର୍ଭେକର

0

ମହାରାଷ୍ଟ୍ର: ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହେଲେ ରାହୁଲ ନର୍ଭେକର। ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ଭାବରେ ରାହୁଲ ନର୍ଭେକର ନିର୍ବାଚିତ ହୋଇଛନ୍ତି। କୋଲାବାର ୪୭ ବର୍ଷୀୟ ବିଧାୟକ ଏକନାଥ ସିନ୍ଦେ ସରକାରଙ୍କ ଅଧୀନରେ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ। ତେବେ ଏହି ନିଷ୍ପତ୍ତି ପ୍ରୋଟେମ୍ ସ୍ପିକର କାଲିଦାସ କୋଲାମ୍ବକର ନେଇଛନ୍ତି। ବାସ୍ତବରେ କେବଳ ରାହୁଲ ନର୍ଭେକର ହିଁ ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଅନ୍ୟ କେହି ଏଥିପାଇଁ ନାମାଙ୍କନପତ୍ର ଦାଖଲ କରି ନଥିଲେ। ଏହି କାରଣରୁ ରାହୁଲଙ୍କୁ ନିର୍ଦ୍ୱନ୍ଦରେ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ସହ ନାର୍ଭେକର ରବିବାର ବିଧାନସଭା ସଚିବ ଜିତେନ୍ଦ୍ର ଭୋଲେଙ୍କ ଠାରେ ନାମାଙ୍କନ ଦାଖଲ କରିଥିଲେ। ତେବେ ମହାବିକାଶ ଅଘାଡି ମେଣ୍ଟ ତରଫରୁ କୌଣସି ବି ବିଧାୟକ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରି ନଥିଲେ। ଯେଉଁ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ଅଧିକ ଥାଏ ସେହି ଦଳରୁ ସର୍ବଦା ବାଚସ୍ପିତ ଚୟନ କରାଯାଏ। ମହାରାଷ୍ଟ୍ର ବିଧାନସଭା ୨୦୨୪ ନିର୍ବାଚନରେ ମହାୟୁତି ମେଣ୍ଟ ପ୍ରଚଣ୍ଡ ବହୁମତ ହାସଲ କରିଛି। ମହାରାଷ୍ଟ୍ରରେ ମହାୟୁତିର ସରକାର ଗଠନ ହୋଇଛି। ଏହି କାରଣରୁ ଏହି ମିଳିତ ମେଣ୍ଟର ନେତାଙ୍କୁ ବାଚସ୍ପତି ଭାବରେ ମନୋନୀତ କରାଯାଇଛି।

ଅଢ଼େଇ ବର୍ଷ ଧରି ମହାରାଷ୍ଟ୍ରର ୧୪ ତମ ବିଧାନସଭାରେ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇ ଥିବା ନର୍ଭେକର ମୁମ୍ବାଇର କୋଲାବା ବିଧାନସଭା ଆସନରୁ ପୁନଃ ନିର୍ବାଚିତ ହୋଇଛନ୍ତି। ରାହୁଲ ନର୍ଭେକର ମହାରାଷ୍ଟ୍ରର କୋଲାବା ବିଧାନସଭା ଆସନରୁ ବିଧାୟକ ଅଛନ୍ତି। ଏହି ବିଧାନସଭା ନିର୍ବାଚନମଣ୍ଡଳୀ ମୁମ୍ବାଇର ଏକ ଅଂଶ। ରାହୁଲ ଏହା ପୂର୍ବରୁ ଶିବସେନାରେ ଥିଲେ, କିନ୍ତୁ ୨୦୧୪ ଲୋକସଭା ନିର୍ବାଚନରେ ତାଙ୍କୁ ଦଳ ​​ଟିକେଟ ଦେଇନଥିଲା। ଏହାପରେ ସେ ଏନସିପିରେ ଯୋଗ ଦେଇଥିଲେ। ତେବେ ତାଙ୍କୁ ଏନସିପି ଟିକେଟ୍‌ରେ ମାଭଲ ଆସନରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହାପରେ ବି ସେ ଦଳ ସହ ରହିଥିଲେ।

Leave A Reply

Your email address will not be published.