ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଓଡିଶାରେ ୨୭ଟି ଉତ୍ପାଦକୁ ମିଳିଛି ଜିଆଇ ମାନ୍ୟତା

0

ଭୁବନେଶ୍ବର: ଓଡିଶାରେ ୨୭ଟି ଉତ୍ପାଦ ଓ ସାମଗ୍ରୀକୁ ମିଳିଛି ଜିଆଇ ମାନ୍ୟତା। ଓଡ଼ିଶାର କେଉଁ କେଉଁ ଜିଲ୍ଲାର କେଉଁ ଉତ୍ପାଦିତ ସାମଗ୍ରୀକୁ ଭୌଗଳିକ ସୂଚକାଙ୍କ ମାନ୍ୟତା ମିଳିଛି ଏନେଇ ବୁଧବାର ପ୍ରଶ୍ନ କରିଛନ୍ତି ତାରା ପ୍ରସାଦ ବାହିନୀପତି। ତାଙ୍କ ପ୍ରଶ୍ନରେ ଜବାବ ରଖି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟେଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ତାଲିକାରେ ୨୭ଟି ସାମଗ୍ରୀ ଅଥବା ଉତ୍ପାଦ ସାମିଲ ରହିଛି। ରାଜ୍ୟରେ ସର୍ବାଧିକ ହସ୍ତଶିଳ୍ପ ବର୍ଗରେ ୧୬ଟି ଉତ୍ପାଦ ଓ ସାମଗ୍ରୀକୁ ଜିଆଇ ମାନ୍ୟତା ମିଳିଥିବା ୭ କୃଷି କ୍ଷେତ୍ରରେ ଏବଂ ୪ଟି ଖାଦ୍ୟ ଉତ୍ପାଦକୁ ଜିଆଇ ମାନ୍ୟତା ମିଳିଛି।
ସେହିପରି ପଟ୍ଟଚିତ୍ର ପାଇଁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଜିଆଇ ମାନ୍ୟତା ମିଳିଥିବାବେଳେ ଓଡ଼ିଶା ରସଗୋଲା ପାଇଁ ଖୋର୍ଦ୍ଧା ଜିଲାକୁ ମାନ୍ୟତା ମିଳିଛି । କନ୍ଧମାଳ ହଳଦୀ ପାଇଁ କନ୍ଧମାଳ ଜିଲାକୁ ମାନ୍ୟତା ମିଳିଛି। ସେହିଭଳି ଓଡ଼ିଶା ଖଜୁରୀ ଗୁଡ ପାଇଁ ଗଜପତି ଓ ଖୋର୍ଦ୍ଧା ଜିଲାକୁ ମାନ୍ୟତା ମିଳିଛି ବୋଲି ତଥ୍ୟ ପ୍ରଦାନ କରିଛନ୍ତି ମନ୍ତ୍ରୀ।

ତେବେ ଓଡ଼ିଶାର କେଉଁ କେଉଁ ଜିଲ୍ଲାର କେଉଁ ଉତ୍ପାଦିତ ସାମଗ୍ରୀକୁ ଭୌଗଳିକ ସୂଚକାଙ୍କ ମାନ୍ୟତା ମିଳିଛି ବୋଲି ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଏନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି।

Leave A Reply

Your email address will not be published.