ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ଚଳଚ୍ଚିତ୍ର ନିର୍ମାତା-ଅଭିନେତା ସୁରେନ୍ଦ୍ର ଖୁଣ୍ଟିଆଙ୍କ ପରଲୋକ

0

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ବିଶିଷ୍ଟ ଲେଖକ ଅଧ୍ୟାପକ ସୁରେନ୍ଦ୍ର କୁମାର ଖୁଣ୍ଟିଆଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ମଙ୍ଗଳବାର ସକାଳ ୮ଟାରେ କଟକ ଲିଙ୍କ୍ ରୋଡସ୍ଥିତ ସୂର୍ଯ୍ୟ ବିହାରରେ ତାଙ୍କର ଦେହାନ୍ତ ଘଟିଛି।

‘ଚିହ୍ନା ଅଚିହ୍ନା’ ଓ ‘ଦେଖ ଖବର ରଖ ନଜର’ ଆଦି ଫିଲ୍ମ ନିର୍ମାଣ କରିଥିଲେ ସୁରେନ୍ଦ୍ର ଖୁଣ୍ଟିଆ। ଏହା ସହ ସେ କେତେ ଗୁଡିଏ ଓଡିଆ ଚଳଚ୍ଚିତ୍ରରେ ମଧ୍ୟ ନିଚ୍ଛକ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି। ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ଅନେକ ବରିଷ୍ଠ କଳାକର ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.