ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

କୋଲ୍ଡଡ୍ରିଙ୍କସ୍ ବୋତଲରେ ଦେଶୀ ମଦ ଚାଲାଣ; ୩ ଗିରଫ, ୧୮୦ ଲିଟର ମଦ ଜବତ

0

ମୟୂରଭଞ୍ଜ: ବିଭିନ୍ନ କମ୍ପାନୀର ପ୍ଲାଷ୍ଟିକ କୋଲ୍ଡଡ୍ରିଙ୍କସ୍ ବୋତଲରେ ଦେଶୀ ମଦ ଚାଲାଣ କରୁଥିବା ବେଳେ, ୧୮୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ।

ସୂଚନା ମୁତବକ, ସୋମବାର ବିଳମ୍ବିତ ରାତିରେ ଖୁଣ୍ଟାରୁ ରାଜାବାବୁ ନାମକ ଯାତ୍ରୀବାହୀ ବସ୍‌ ଭୁବନେଶ୍ୱର ଯାଉଥିବା ବେଳେ ଏଥିରେ ଚାଲାଣ ହେଉଥିଲା ଦେଶୀ ମଦ। ଦେଶୀ ମଦ ଚାଲାଣ ଖବର ପାଇ ପୋଲିସ ଉଦଳା ବସଷ୍ଟାଣ୍ଡରେ ଏହି ବସରେ ଚଢ଼ାଉ କରିଥିଲା। କୋଲ୍ଡଡ୍ରିଙ୍କସ୍ ବୋତଲରେ ଦେଶୀ ମଦ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲା ପୋଲିସ।

ଏହି ଚଢାଉରେ ପୋଲିସ ୧୮୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫମାନଙ୍କ ମଧ୍ୟରୁ ଦୁଇ ଜଣ ଭୁବନେଶ୍ୱର ହାଇଟେକ ଅଞ୍ଚଳର ସନ୍ୟାସୀ ବିଷୋୟୀଏବଂ ଉମାକାନ୍ତ ଦାସ ବୋଲି ଜଣାପଡିଛି। ଅନ୍ୟ ଅଭିଯୁକ୍ତ ଜଣଙ୍କ ଉଦଳା ଥାନା ଅମ୍ବିକାଦେଇପୁର ଅଞ୍ଚଳର ପୁଟୁ ସିଂ ବୋଲି ପରିଚୟ ମିଳିଛି। ଭୁବନେଶ୍ୱର ଅଞ୍ଚଳର ଦୁଇବେପାରୀ ଚୋରା ଦେଶୀ ମଦ ନେବା ପାଇଁ ଭୁବନେଶ୍ୱରରୁ ବସରେ ଆସି ଖୁଣ୍ଟାରେ ପହଞ୍ଚିଥିଲେ। ସେମାନେ ଖୁଣ୍ଟା ଅଞ୍ଚଳରୁ ଦେଶୀ ମଦ ନେଇ ଭୁବନେଶ୍ୱର ଯାଉଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ।

Leave A Reply

Your email address will not be published.