ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ନୌସେନା, ଯାତ୍ରୀବାହୀ ବୋଟ୍ ମୁହାଁମୁହିଁ ଧକ୍କା: ତିନି ଯବାନଙ୍କ ସମେତ ୧୩ ମୃତ

0

ମୁମ୍ବାଇ: ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆରୁ ହାତୀ ଦ୍ୱୀପ ଆଡକୁ ପ୍ରାୟ ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଟ୍ ଦୁର୍ଘଟଣା ପରେ ବୁଡ଼ି ଯାଇଛି। ଏଥିରେ ତିନି ଯବାନଙ୍କ ସମେତ ୧୩ ଜଣଙ୍କର ମୃତ ଘଟିଛି।

ସୂଚନା ଅନୁଯାୟୀ, ଏକ ନୌସେନାର ସ୍ପିଡ୍ ବୋଟ୍ ଯାତ୍ରୀବାହୀ ବୋଟ୍ କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ବୋଟ୍ ପାଣିରେ ବୁଡ଼ି ଯାଉଥିବା ଦେଖାଯାଉଛି। ଭିଡିଓରେ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିବା ଲୋକମାନେ ଯାତ୍ରୀଙ୍କୁ ବଞ୍ଚାଇଥିବାର ନଜର ଆସିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସୂଚନା ଦେଇଛନ୍ତି ଯେ ନୀଲକମଲ ନାମକ ଏକ ଯାତ୍ରୀବାହୀ ଜାହାଜ ସହିତ ଏକ ନୌସେନା ବୋଟ୍ ମୁହାଁମୁହିଁ ଧକ୍କା ହୋଇଛି। ବର୍ତ୍ତମାନ ସୁଦ୍ଧା ୧୦୧ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୧୩ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ୧୦ ଜଣ ସାଧାରଣ ନାଗରିକ ଏବଂ ତିନି ଜଣ ନୌସେନା ଅଛନ୍ତି। ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସମସ୍ତ ମୃତକଙ୍କ ପରିବାରକୁ ମହାରାଷ୍ଟ୍ର ସାନ୍ତ୍ୱନାମୂଳକ ୫ ଲକ୍ଷ ତାଙ୍କର ସହାୟତା ରାଶି ଘୋଷଣା କରିଛନ୍ତି।

Leave A Reply

Your email address will not be published.