ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ରେଲୱେ ଚାକିରି କରାଇଦେବାକୁ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା

0

କଟକ: ରେଲୱେ ଚାକିରି କରାଇଦେବାକୁ ପ୍ରଲୋଭନ ଦେଖାଇ ଜାଲ ନିଯୁକ୍ତି ପତ୍ର ଦେଇ ଲୁଟିନେଲେ। ରେଲୱେରେ ବିଭିନ୍ନ ପଦବୀରେ ଚାକିରି କରାଇଦେବାକୁ କହି ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କା। ଏନେଇ ଚିରଞ୍ଜୀବି ରାଉତ କଟକ ବିଡାନାସୀ ଥାନାରେ ଏତଲା ଦେଇଛନ୍ତି। ଏତଲା ତଥା ବିଭିନ୍ନ ପ୍ରମାଣ ଆଧାରରେ ଅଭିଯୁକ୍ତ ଡାନିଏଲ ରାଜକୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଡାନାସୀ ପୁଲିସ। ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଡାନିଏଲ ରାଜର ମାଆ ସମର୍ପିତା ଚୌଧୁରୀ ଫେରାର ଥିବା ଜଣାପଡିଛି।

ଏତଲା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାର ଏକାଧିକ ଯୁବକଯୁବତୀଙ୍କଠାରୁ ରେଳବାଇରେ ଚାକିରି କରାଇଦେବାକୁ କହି ୩୦ ଲକ୍ଷରୁ ଅଧିକ ଟଙ୍କା ଠକାମୀ ହୋଇଛି। ଏଥିରେ ସମ୍ପୃକ୍ତ ଅଛନ୍ତି ଗିରଫ ଅଭିଯୁକ୍ତ ଡାନିଏଲ ରାଜ ଓ ତା’ର ମାଆ ସମର୍ପିତା ଚୌଧୁରୀ। ଏମାନେ ୨୦୨୨ ମସିହାରୁ ଟଙ୍କା ନେଇ ଆଶାୟୀମାନଙ୍କୁ ରେଳବାଇର ନକଲି ଆଇଡି କାର୍ଡ, ନିଯୁକ୍ତି ପତ୍ର ଦେଇଥିଲେ।

ଏପରିକି ଟଙ୍କା ଦେଇଥିବା ଆଶାୟୀମାନଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇଥିଲା। ରେଲୱେରେ ଚାକିରି କରାଇଦେବା ନାଁରେ ବିଭିନ୍ନ ଜିଲ୍ଲାର ଆଶାୟୀ ଯୁବକଯୁବତୀଙ୍କଠାରୁ ପାଖାପାଖି ୨ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗକାରୀ କହିଛନ୍ତି। ଆଶାୟୀମାନେ ଠକେଇର ଶିକାର ହୋଇଥିବା ଜାଣିପାରି, ଟଙ୍କା ଫେରସ୍ତ କରିବାକୁ କହିବାରୁ ସେମାନଙ୍କୁ ମାରିଦେବାକୁ ଧମକ ମିଳିଥିଲା। ଏହି ଗ୍ୟାଙ୍ଗରେ ସମର୍ପିତା ଚୌଧୁରୀ ଓ ଡାନିଏଲ ରାଜ ବ୍ୟତୀତ ଆହୁରି ଏକାଧିକ ଅଭିଯୁକ୍ତ ସାମିଲ ଥିବା ଅଭିଯୋଗକାରୀ ଏତଲାରେ ଉଲ୍ଲେଖ କରିଛନ୍ତି। ଏହି ଘଟଣାରେ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, ଗିରଫ ଡାନିଏଲ ରାଜ ବିରୋଧରେ ସମସ୍ତ ପ୍ରମାଣ ମିଳିଛି। ତାକୁ ଗିରଫ କରାଯିବା ସହ ଏହି ଘଟଣାରେ ସଂପୃକ୍ତମାନଙ୍କୁ ଧରିବାକୁ ତଦନ୍ତ ଚାଲିଛି।

Leave A Reply

Your email address will not be published.