ପ୍ରମୁଖ ଖବର

ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ୍ ବଜାର ଭାରତ: ଗଡ଼କରୀ
ଉଚ୍ଚ ସମୁଦ୍ର ମତ୍ସ୍ୟ ଆହରଣକୁ ମିଳିଲା ପ୍ରୋତ୍ସାହନ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ
ଖୋଲିଲା ହୀରାକୁଦର ୧୦ଟି ଗେଟ୍ , ମହାନଦୀକୁ ଛଡ଼ାଗଲା ବନ୍ୟାଜଳ
ଭିଡ଼ ନିୟନ୍ତ୍ରଣ ପାଇଁ ରଥଯାତ୍ରାରେ ଅଧା ହେଲା ଭିଆଇପି କର୍ଡନ୍ ପାସ୍

ରେଲୱେ ଚାକିରି କରାଇଦେବାକୁ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା

0

କଟକ: ରେଲୱେ ଚାକିରି କରାଇଦେବାକୁ ପ୍ରଲୋଭନ ଦେଖାଇ ଜାଲ ନିଯୁକ୍ତି ପତ୍ର ଦେଇ ଲୁଟିନେଲେ। ରେଲୱେରେ ବିଭିନ୍ନ ପଦବୀରେ ଚାକିରି କରାଇଦେବାକୁ କହି ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କା। ଏନେଇ ଚିରଞ୍ଜୀବି ରାଉତ କଟକ ବିଡାନାସୀ ଥାନାରେ ଏତଲା ଦେଇଛନ୍ତି। ଏତଲା ତଥା ବିଭିନ୍ନ ପ୍ରମାଣ ଆଧାରରେ ଅଭିଯୁକ୍ତ ଡାନିଏଲ ରାଜକୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଡାନାସୀ ପୁଲିସ। ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଡାନିଏଲ ରାଜର ମାଆ ସମର୍ପିତା ଚୌଧୁରୀ ଫେରାର ଥିବା ଜଣାପଡିଛି।

ଏତଲା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାର ଏକାଧିକ ଯୁବକଯୁବତୀଙ୍କଠାରୁ ରେଳବାଇରେ ଚାକିରି କରାଇଦେବାକୁ କହି ୩୦ ଲକ୍ଷରୁ ଅଧିକ ଟଙ୍କା ଠକାମୀ ହୋଇଛି। ଏଥିରେ ସମ୍ପୃକ୍ତ ଅଛନ୍ତି ଗିରଫ ଅଭିଯୁକ୍ତ ଡାନିଏଲ ରାଜ ଓ ତା’ର ମାଆ ସମର୍ପିତା ଚୌଧୁରୀ। ଏମାନେ ୨୦୨୨ ମସିହାରୁ ଟଙ୍କା ନେଇ ଆଶାୟୀମାନଙ୍କୁ ରେଳବାଇର ନକଲି ଆଇଡି କାର୍ଡ, ନିଯୁକ୍ତି ପତ୍ର ଦେଇଥିଲେ।

ଏପରିକି ଟଙ୍କା ଦେଇଥିବା ଆଶାୟୀମାନଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇଥିଲା। ରେଲୱେରେ ଚାକିରି କରାଇଦେବା ନାଁରେ ବିଭିନ୍ନ ଜିଲ୍ଲାର ଆଶାୟୀ ଯୁବକଯୁବତୀଙ୍କଠାରୁ ପାଖାପାଖି ୨ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗକାରୀ କହିଛନ୍ତି। ଆଶାୟୀମାନେ ଠକେଇର ଶିକାର ହୋଇଥିବା ଜାଣିପାରି, ଟଙ୍କା ଫେରସ୍ତ କରିବାକୁ କହିବାରୁ ସେମାନଙ୍କୁ ମାରିଦେବାକୁ ଧମକ ମିଳିଥିଲା। ଏହି ଗ୍ୟାଙ୍ଗରେ ସମର୍ପିତା ଚୌଧୁରୀ ଓ ଡାନିଏଲ ରାଜ ବ୍ୟତୀତ ଆହୁରି ଏକାଧିକ ଅଭିଯୁକ୍ତ ସାମିଲ ଥିବା ଅଭିଯୋଗକାରୀ ଏତଲାରେ ଉଲ୍ଲେଖ କରିଛନ୍ତି। ଏହି ଘଟଣାରେ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, ଗିରଫ ଡାନିଏଲ ରାଜ ବିରୋଧରେ ସମସ୍ତ ପ୍ରମାଣ ମିଳିଛି। ତାକୁ ଗିରଫ କରାଯିବା ସହ ଏହି ଘଟଣାରେ ସଂପୃକ୍ତମାନଙ୍କୁ ଧରିବାକୁ ତଦନ୍ତ ଚାଲିଛି।

Leave A Reply

Your email address will not be published.