ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ନବୀନଙ୍କ ଆଖିରେ ଲୋକଙ୍କ ଜୀବନ ବଡ଼; ଲକ୍ ଡାଉନ ସମୟ ସୀମା ବଢିଲା

0
  • ଅର୍ଥନୀତି ଓ ମଣିଷ ଜୀବନ ମଧ୍ୟରୁ ମୁଁ ମଣିଷ ଜୀବନକୁ ଗୁରୁତ୍ବ ଦେଉଛି: ନବୀନ
  • ଲକଡାଉନ ସମୟ ସୀମା ୩୦ଯାଏ ବଢିଲା, ଜୁନ୍ ୧୭ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ
  • ସାମାଜିକ ଦୂରତ୍ବ ରକ୍ଷା କରି ମନରେଗା ଓ କୃଷି କାର୍ଯ୍ୟ ଜାରି ରହିବ
  • ଅତ୍ୟାବଶ୍ୟକ ମାଲ ପରିବହନରେ କୌଣସି ଅସୁବିଧା ହେବ ନାହିଁ
  • ଆମେରିକାର ଚିତ୍ର ରଖି ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଲେ

ଭୁବନେଶ୍ବର: ରାଜ୍ୟ ସରକାର ଆଜି କରୋନା ମୁକାବିଲା ସଂକ୍ରାନ୍ତରେ ନିଜର କଠୋର ନିଷ୍ପତ୍ତିରେ ଅଟଳ ରହି, ଲକଡାଉନ୍ ଅବଧିକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତରେ ମଧ୍ୟ ଓଡ଼ିଶାର ପ୍ରସ୍ତାବ କେନ୍ଦ୍ରକୁ ପଠାଯିବ। କେବଳ ସେତିକି ନୁହେଁ, ଜୁନ ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ନବୀନ ଘୋଷଣା କରିଛନ୍ତି।

ଆଜି ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂରେ ନବୀନ କ୍ୟାବିନେଟ୍ ବୈଠକ ନେଇଥିଲେ। କ୍ୟାବିନେଟ୍ ପରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଜଣାଇଛନ୍ତି ଯେ ଅର୍ଥନୀତି ଓ ମଣିଷ ଜୀବନ ଭିତରେ ସେ ମଣିଷ ଜୀବନକୁ ଗୁରୁତ୍ବ ଦେଇ ସମସ୍ତ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଆମେରିକାର ଉଦାହରଣ ଦେଇ ନବୀନ କହିଛନ୍ତି ଯେ କିଭଳି ସଂପୃକ୍ତ ସମୃଦ୍ଧଶାଳୀ ଦେଶରେ ୩ହଜାରରୁ କରୋନା ରୋଗୀ ବଢି ୪ଲକ୍ଷରେ ପହଞ୍ଚିଲେଣି। ଅତୀତରେ ଯେତେ ବି ଅଘଟଣ, ଯୁଦ୍ଧ ଘଟିଛି, ଆମେରିକା ଏତେ କେବେ କ୍ଷତି ସହିନଥିଲା। ଏହା ସତ୍ତ୍ବେ ସେମାନେ ଅର୍ଥନୀତିକୁ ଗୁରୁତ୍ବ ଦେଇ ଲକଡାଉନ୍ ଘୋଷଣା କରିନାହାନ୍ତି। ରାଜ୍ୟ ସରକାରଙ୍କ ପାଇଁ କିନ୍ତୁ ମଣିଷ ଜୀବନ ବହୁତ ବଡ଼ ବୋଲି ସୂଚାଇ ମୁଖ୍ୟମନ୍ତ୍ରୀ ତାଙ୍କର ଦରଦି ହୃଦୟ ସଂପର୍କରେ ସଙ୍କେତ ଦେଇଛନ୍ତି।

ନବୀନ କହିଛନ୍ତି, ଲକ୍ ଡାଉନ ଅବଧି ମଧ୍ୟରେ ମାଲ ପରିବହନରେ କୌଣସି ଅସୁବିଧା ନାହିଁ। ମନରେଗା କାର୍ଯ୍ୟ ଜାରି ରହିବ କିନ୍ତୁ ସାମାଜିକ ଦୂରତ୍ବ ରଖି ଏହା କରାଯିବ। ସେହିଭଳି କୃଷି କାର୍ଯ୍ୟ ମଧ୍ୟ ଅନୁରୂପ ଢଙ୍ଗରେ ଜାରି ରହିବ। ଆସନ୍ତା ଦିନରେ ୧ଲକ୍ଷ ଟେଷ୍ଟ କିଟ୍ ପରୀକ୍ଷା ପାଇଁ ସେ ପଦକ୍ଷେପ ନେଉଥିବା ସୂଚନା ଦେଇଛନ୍ତି ଓ ତାଙ୍କ ଡାକରାରେ ଯେଉଁ ସବୁ ଡାକ୍ତରମାନେ ଟେଲି ସେବାରେ ଯୋଗଦେଇଛନ୍ତି ସେମାନଙ୍କ ପ୍ରତି ନବୀନ କୃତଜ୍ଞତା ଜଣାଇଛନ୍ତି। ସେହିପରି ବିମାନ ଓ ଟ୍ରେନ୍ ସେବା ୩୦ ଯାଏ ବାତିଲ୍ ପାଇଁ ସେ କେନ୍ଦ୍ରକୁ ଅନୁରୋଧ କରିଥିବା କହିଛନ୍ତି।

ନବୀନ କହିଛନ୍ତି, ସାଢେ ଚାରି କୋଟି ଲୋକ ଏବେ କଠିନ ସମୟ ମଧ୍ୟରେ ଗତି କରୁଛନ୍ତି। ତା ସତ୍ତ୍ବେ ସେମାନେ ସମର୍ଥନ ଜଣାଇ ଆସିଛନ୍ତି। ସେଥିପାଇଁ ଧନ୍ୟବାଦ ଜଣାଇଛନ୍ତି ନବୀନ। ଆହୁରି କହିଛନ୍ତି, ଆପଣମାନଙ୍କୁ ଓ ଆମ ସମସ୍ତଙ୍କୁ ବହୁତ କଷ୍ଟ ସହିବାକୁ ଓ ତ୍ୟାଗ କରିବାକୁ ପଡୁଛି। କିନ୍ତୁ ମୁକାବିଲା ପାଇଁ ଏହା ହିଁ ଏକମାତ୍ର ବାଟ।

ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆମ ସମସ୍ତଙ୍କ ତ୍ୟାଗ ହିଁ ଏହି କଠିନ ପରିସ୍ଥିତିରୁ ଆମକୁ ମୁକୁଳାଇବ ବୋଲି ନବୀନ ଆଶା ପ୍ରକଟ କରିଛନ୍ତି।

Leave A Reply

Your email address will not be published.