ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ସବୁଠି ଚର୍ଚ୍ଚା, କରୋନା ମୁକାବିଲାରେ ନବୀନ ଆଗରେ

0

ସବୁଠି ପ୍ରଶଂସା, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା
ତାମିଲନାଡୁ ପତ୍ରିକାର ଉପରେ ନବୀନଙ୍କ ଛବି

ଭୁବନେଶ୍ବର: କରୋନା ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ଏବେ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଲାଗି ଖୋରାକ ଯୋଗାଇଛି। ଦେଶ ଲକ୍ ଡାଉନ ବଢାଇବ କି ନାହିଁ, ତାହାକୁ ନେଇ ବିଚାର ଆେଲାଚନା କରୁଥିବା ବେଳେ ନବୀନ ଆଜି ଏହାକୁ କାର୍ଯ୍ୟକାରୀ କରି କେନ୍ଦ୍ର ସରକାରଙ୍କୁ ମାନିବାକୁ ପ୍ରସ୍ତାବ ଦେଇଛନ୍ତି। ସେହିଭଳି ରାପିଡ୍ ଟେଷ୍ଟିଂ ପାଇଁ ବାଟ ଖୋଲିବା ଠାରୁ ଆରମ୍ଭ କରି ୬ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ କରି ରଖିବା ନିଷ୍ପତ୍ତି ସମଗ୍ର ଦେଶକୁ ଚକିତ କରିଛି।

ଆଜି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ନବୀନ ଲକ୍ ଡାଉନ ଅବଧିକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଢାଇଥିଲେ। ନବୀନଙ୍କର ଏଭଳି ନିଷ୍ପତ୍ତିକୁ ତତ୍କାଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଥିଲେ। ରାଜ୍ୟ ରାଜନୀତିରେ ନବୀନଙ୍କ ଶତ୍ରୁ ବୋଲି ବିବେଚନା କରାଯାଉଥିବା ବିଜେଡି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ଏହି ପ୍ରସଙ୍ଗରେ ଓଡ଼ିଶାର ନିଷ୍ପତ୍ତିକୁ ସ୍ବାଗତ କରି ବିଜେପିର ସମର୍ଥନ ଘୋଷଣା ଜଣାଇଥିଲେ। ଅନ୍ୟପଟରେ ଆଜି ଜାତୀୟ ଟିଭି ଚ୍ୟାନେଲ୍ ରିପବ୍ଲିକ୍‌ରେ ବି ନବୀନଙ୍କୁ ଖୋଲା ପ୍ରଶଂସା କରାଯାଇଛି। ତାମିଲନାଡୁର ପତ୍ରିକା ‘ବିକଟନ’ରେ କରୋନା ଯୁଦ୍ଧରେ ବିଶ୍ବକୁ ନବୀନ ରାସ୍ତା ଦେଖାଉଛନ୍ତି ବୋଲି କୁହାଯାଇଛି।

ପ୍ରଧାନମନ୍ତ୍ରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଗୋଟିଏ ଦିନ ଲକ୍ ଡାଉନ ଘୋଷଣା କରିବା ପୂର୍ବରୁ ଓଡ଼ିଶା ସରକାର ବିଧାନସଭା ଆଗୁଆ ବନ୍ଦ କରି ୧୪ଟି ଜିଲ୍ଲାରେ ଲକଡାଉନ ଘୋଷଣା କରିସାରିଥିଲେ। କେବଳ ସେତିକି ନୁହେଁ, ସାମାଜିକ ଦୂରତ୍ବ ଏକମାତ୍ର ବାଟ ବୋଲି ସେ ସଙ୍କେତ ଦେଇଥିଲେ। ହାଡ଼ଫୁଟି ବେଳେ ମା’ ମାନେ ଯେଭଳି ମାତ୍ର ୧୪ ଦିନ ନିଜ ନିଜକୁ ଅବରୋଧ କରି ହାଡ଼ଫୁଟିକୁ ରୋକିପାରୁଥିଲେ, ସେମିତି କରୋନାକୁ ବି ଜୟ କରପାରିବେ ବୋଲି ନବୀନଙ୍କ ମନ୍ତ୍ରୀ ସମସ୍ତଙ୍କୁ ଚକିତ କରିଥିଲା। ନିଜାମୁଦ୍ଦିନ୍ ଧର୍ମସଭାରେ ଫେରିଥିବା େଲାକଙ୍କ ମଧ୍ୟରୁ କେତେକ ସଂକ୍ରମିତ ହେବା ନେଇ ସବୁ ମହଲରେ ହଇଚଇ ହେଉଥିବା ବେଳେ ନବୀନ ହିଁ ଅତ୍ୟନ୍ତ ନମ୍ରତାର ସହିତ ସେମାନଙ୍କୁ ୧୦୪ ନମ୍ବରରେ ଫୋନ କରିବା ଲାଗି ପ୍ରବର୍ତାଇଥିଲେ ଓ ବିନମ୍ରତାରେ ବଡ଼ ଆହ୍ବାନ ରଖିଥିଲେ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଫାଇଲିନ୍, ହୁଡହୁଡ୍, ଫନି ଆଦି ଭଳି ଭୀଷଣ ବାତ୍ୟା ମୁକାବିଲାରେ ଓଡ଼ିଶାର କରିସ୍ମା ସମଗ୍ର ବିଶ୍ବକୁ ଚକିତ କରିଥିଲା। ନବୀନଙ୍କୁ ଜାତିସଂଘ ବି ପ୍ରଶଂସା କରିଥିଲା।

Leave A Reply

Your email address will not be published.