ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ପରିସ୍ରା କରିବାକୁ ଉଠିଥିବା ବେଳେ ଯୁବକଙ୍କୁ ଦଳି ଦେଲା ଦନ୍ତା

0

କେନ୍ଦୁଝର: କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ଲୋକେ ଭୟ ଓ ଆତଙ୍କିତ ହୋଇପଡ଼ିଛନ୍ତି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ରେଭେନ୍ସାପୁର ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରବିବାର ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ରେଭେନ୍ସାପୁର (ଖ) ନିକଟ ଚମକପୂର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବାରୁ ଘଟଣା ଉକ୍ତ ଅଞ୍ଚଳରେ ଭୟ ସୃଷ୍ଟି କରିଛି। ମୃତକଙ୍କ ନାମ ରଥ ମୁଣ୍ଡା (୨୮)।

ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୨ଟାବେଳେ ରଥ ମୁଣ୍ଡା ଘରୁ ପରିସ୍ରା କରିବାକୁ ଅଗଣାକୁ ବାହାରିଥିଲେ। ଏହି ସମୟରେ ଘର ଆଗରେ ବୁଲୁଥିବା ଏକ ହାତୀ ହାବୁଡରେ ପଡ଼ିଯାଇଥିଲୋ। ଅନ୍ଧାର ରାତିରେ ହାତୀଟି ଶୁଣ୍ଢରେ ତାଙ୍କୁ ଧରି ପାଦରେ ଦଳି ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଚମ୍ପୁଆ ରେଞ୍ଜ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବାକୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ।
ତେବେ କିଛି ଦିନ ହେବ ନୁଣଗୋଠାଣି ଗାଁ ଜଙ୍ଗଲରୁ କିଛି ହାତୀ ପଲ ଆସି ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି । ବାରମ୍ବାର ଏ ନେଇ ବନ ବିଭାଗକୁ ଜଣାଇଲେ ସୁଦ୍ଧା ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।ଉକ୍ତ ଅଞ୍ଚଳରେ ୩୨ ଟିକିଆ ହାତୀପଲ ଥିବାବେଳେ ଏହି ପଲରୁ ଅଲଗା ହୋଇ ଏହି ଦନ୍ତା ହାତୀ ରେଭେନ୍ସାପୁର ଗ୍ରାମରେ ଉନ୍ମତ୍ତ କାଣ୍ଡ ଘଟାଇଛି। ବିଲ ଧାନ କରାଯାଉଥିବାରୁ ହାତୀମାନେ ଗାଁ ମୁହାଁ ହେଉଛନ୍ତି। ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଏଭଳି ଆକ୍ରମଣ କରୁଥିବାରୁ ସ୍ଥାନୀୟ ଲୋକେ ଚିନ୍ତାରେ ରହିଛନ୍ତି।

Leave A Reply

Your email address will not be published.