ପ୍ରମୁଖ ଖବର

ରାଜଧାନୀ ଭୁବନେଶ୍ୱରରେ ଗଡ଼ିଲା ଡବଲ ଡେକର ବସ
ଏବେ ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି ପାଇଁ ଜାଗା ମଞ୍ଜୁର କଲେ କେନ୍ଦ୍ର ସରକାର
ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅରୁଣପୁର ଗାଁ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ୯ ବର୍ଷର ପୁଅ ଓ ବାପାଙ୍କ ମୃତ୍ୟୁ
ଫେବୃଆରୀ ୫ରେ ଦିଲ୍ଲୀ ଭୋଟ୍‌
ସଲମାନ ଖାନଙ୍କ ବାଲ୍‌କୋନୀରେ ଲାଗିଲା ବୁଲେଟ୍‌ ପ୍ରୁଫ୍‌ କାଚ
ହଂସିତା ଅଭିଲିପ୍ସାଙ୍କ ଘର ସହ ୧୨ଟି ସ୍ଥାନରେ ଆୟକର ବିଭାଗର ଚଢାଉ

୮ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

0

ଭୁବନେଶ୍ବର: ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୮ ଜାନୁଆରୀ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାଜଭବନ ଯାଇ ରାତ୍ରିଯାପନ କରିବେ। ୯ ତାରିଖ ଜନତା ମଇଦାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବେ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୮ତାରିଖ ରାତି ୮ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ରାଜଭବନ ଯିବେ ମୋଦି। ଏହାପରେ ସେଠାରେ ରାତ୍ରୀ ଯାପନ କରିବେ। ତାପରଦିନ ଅର୍ଥାତ୍ ୯ ତାରିଖ ସକାଳ ୯ଟା ୪୫ରେ ରାଜଭବନରୁ ବାହାରି ଜନତା ମଇଦାନ ଅଭିମୁଖେ ଯିବେ ପ୍ରଧାନମନ୍ତ୍ରୀ। ୯ଟା ୫୫ରେ ଜନତା ମଇଦାନରେ ପହଞ୍ଚିବା ପରେ ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବ ମୋଦି। ଦିନ ୧୦ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟଙ୍କ ସହ ସମୟ ବିତାଇବା ପରେ ଦିନ ୧୧ଟା ୫୫ରେ ପୁଣି ଦିଲ୍ଲୀ ଅଭିମୁଖେ ବାହାରିବେ।

୨୦୨୫ ଜାନୁଆରୀ ୮ରୁ ୧୦ ଯାଏ ସ୍ଥାନୀୟ ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟରେ ଏବେଠୁ ବିଦେଶ ଅତିଥି ପହଞ୍ଚିଥିବା ବେଳେ ଉକ୍ତ ଦିବସକୁ ସୁରୁଖୁରୁରେ କରିବା ପାଇଁ ଜାରି ରହିଛି ପ୍ରସ୍ତୁତି। ପ୍ରବାସୀ ଭାରତୀୟ ଦିବସରେ ପ୍ରାୟ ୫୦୦୦ ଅଂଶଗ୍ରହଣକାରୀ ଭାଗନେବେ। କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବହିର୍ବ୍ୟାପାର ମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ, ଦେଶବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରବାସୀ ଭାରତୀୟ ଯୋଗଦେବେ।

Leave A Reply

Your email address will not be published.