ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜୟପୁରରେ ହେବ ଓପିଏସସିର ନୂଆ ପରୀକ୍ଷା ଜୋନ

0

ଜୟପୁର: ଜୟପୁରଠାରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ନୂଆ ପରୀକ୍ଷା ଜୋନ ହେବ ବୋଲି ଘୋଷଣା କରାଯାଇଛି। ଓପିଏସସିର ଲିଖିତ ପରୀକ୍ଷା ପାଇଁ ଜୟପୁରରେ ନୂଆ ପରୀକ୍ଷା ଜୋନ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ଆଜି ଜୟପୁରରେ ନୂଆ ପରୀକ୍ଷା ଜୋନ ନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଜାନୁଆରି ୧ ତାରିଖ ଦିନ ରାଜ୍ୟର ନିଯୁକ୍ତି କମିଶନ ମାନଙ୍କ ସହିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଜିଲ୍ଲା ଜୟପୁର ଠାରେ ଏକ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ପାଇଁ ଓଡ଼ିଶା ଲୋକ ସେବା ଆୟୋଗକୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଆଜି ଲୋକ ସେବା ଆୟୋଗ ଜୟପୁରରେ ପରୀକ୍ଷା କେନ୍ଦ୍ର ସ୍ଥାପନ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପୂର୍ବରୁ ଭୁବନେଶ୍ବର, କଟକ, ବାଲେଶ୍ବର, ବ୍ରହ୍ମପୁର ଏବଂ ସମ୍ବଲପୁର ସମେତ ଓପିଏସସି’ର ୫ଟି ପରୀକ୍ଷା ଜୋନ୍ ଥିବା ବେଳେ ଏବେ ଜୟପୁର ଏଥିରେ ସାମିଲ ହୋଇଛି।

Leave A Reply

Your email address will not be published.