ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ମାଟିରେ ମିଶିଲା ବିବାଦୀୟ ବୈକୁଣ୍ଠ ଆଶ୍ରମ

0

ଭୁବନେଶ୍ବର: ମାଟିରେ ମିଶିଲା ଖଣ୍ଡଗିରିସ୍ଥିତ ବୈକୁଣ୍ଠ ଆଶ୍ରମ। ଭରତପୁର ଥାନା ଅଧୀନ ଘାଟିକିଆ ମୌଜାରେ ସରକାରୀ ଜମି ଉପରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମକୁ ଶୁକ୍ରବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବୁଲ୍‌ଡୋଜର ଲଗାଇ ଭାଙ୍ଗି ଦିଅଯାଇଛି। ନିର୍ଦ୍ଧାରିତ ସମୟ ୧୨ଟାରେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ଆସନ୍ତାକାଲି ଜାରି ରହିବ ଉଚ୍ଛେଦ ପ୍ରକ୍ରିୟା। ଗତକାଲି ଆଶ୍ରମ ଭାଙ୍ଗିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କରିଥିଲା ବିଡିଏ। ଆଶ୍ରମ ଖାଲି କରିବା ପାଇଁ ଦିଆଯାଇଥିଲା ନିର୍ଦ୍ଦେଶ। ଆଜି ସକାଳୁ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମରୁ ବିଭିନ୍ନ ସାମଗ୍ରୀ ସ୍ଥାନାନ୍ତର କରାଯାଇଥିଲା। ଆଶ୍ରମରୁ ଚୌକି, ଚାନ୍ଦୁଆ, ରୋଷେଇ ଘର ସାମଗ୍ରୀ, ଫ୍ରିଜ, ଏସି, ଡିଜି ସେଟ ଓ ଅନ୍ୟାନ୍ୟ ସାମଗ୍ରୀକୁ ମିନି ଟ୍ରକ ମାଧ୍ୟମରେ ଅନ୍ୟତ୍ର ନିଆଯାଉଥିବା ଦେଖିବାକୁ ମିଳିଥିଲା।

କ୍ରେନ ମାଧ୍ୟମରେ ବଡ଼ ସାମଗ୍ରୀ ସବୁ ଉଠାଯାଇ ଲୋଡ଼ କରାଯାଉଥିବା ଦେଖିବାକୁ ମିଳିଥିଲା। କଳ୍କୀ ଅବତାରଙ୍କ ପୀଠ କହି ବିବାଦକୁ ଆସିଥିଲା ବୈକୁଣ୍ଠ ଆଶ୍ରମ। ବିବାଦ ପରେ ସରକାରୀ ଜମିରେ ଥିବା ଆଶ୍ରମ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲା ସାଧାରଣ ପ୍ରଶାସନ ବିଭାଗ। ନଭେମ୍ବର ୨୦ ରେ ଭାଙ୍ଗିବା ପାଇଁ ହୋଇଥିଲା ନିଷ୍ପତ୍ତି। ହେଲେ ଏହାକୁ ଚ୍ୟାଲେଞ୍ଜ କରି ଆଶ୍ରମ ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ପିଟିଶନ୍‌ ଦାଖଲ କରାଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଶ୍ରମ ନିର୍ମାଣ ଅନୁମତି ଦିଆଯାଇଥିବା ନେଇ ଟ୍ରଷ୍ଟ ପକ୍ଷରୁ କୁହାଯାଇଥିଲା। ପରେ ହାଇକୋର୍ଟ ଏହି ଉଚ୍ଛେଦ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ।

ତେବେ ପରବର୍ତ୍ତୀ ସମୟରେ ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଅନୁମତି ପତ୍ରର ସତ୍ୟାସତ୍ୟ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ସରକାରଙ୍କୁ ବିଚାରପତି ଆଦେଶ ଦେଇଥିଲେ। ଜାଲ କାଗଜପତ୍ର ଦାଖଲ କରି ରହିତାଦେଶ ଆଣିଥିଲେ ଆଶ୍ରମ କର୍ତ୍ତୃପକ୍ଷ। ଏହା ଜଣାପଡିବା ପରେ ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ। ଏହାପରେ ଆଜି ଆଶ୍ରମ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଥିଲା।

Leave A Reply

Your email address will not be published.