ପ୍ରମୁଖ ଖବର

ମଣ୍ଡିରୁ ଧାନ ଉଠାଇବାରେ ଅବହେଳା: ୧୧ ମିଲରଙ୍କୁ ନୋଟିସ ଜାରି
ରଞ୍ଜନା ଚୋପ୍ରା ଓ ହେମନ୍ତ ଶର୍ମାଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର
କମେଡି କିଙ୍ଗ୍ କପିଲ୍ ଶର୍ମା, କମେଡିଆନ ରାଜପାଲ ଯାଦବ, ରେମୋ ଡିସୁଜା, କମେଡିଆନ ସୁଗନ୍ଧା ମିଶ୍ରଙ୍କୁ ମିଳିଛି ହତ୍ୟା ଧମକ
ଟ୍ରେନ ଦୁର୍ଘଟଣା ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ଦେବେନ୍ଦ୍ର ଫଡ୍‌ନାବୀସ
ରାଜଧାନୀରୁ ୪୨ କିଲୋ ଗଞ୍ଜେଇ ଜବତ, ୫ ଗିରଫ

ବଢିଲା ଅଫିସରଙ୍କ ଗାଡ଼ି ଭଡ଼ା

0

ଭୁବନେଶ୍ବର: ତେଲ ଦର ବଢୁଥିବା କାରଣରୁ ଅଫିସରମାନେ ବ୍ୟବହାର କରୁଥିବା ଗାଡ଼ିର ଭଡ଼ା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫେବୃୟାରୀ ପହିଲାରୁ ଅଫିସରମାନଙ୍କୁ ଗାଡ଼ି ଉପଯୋଗ ପାଇଁ ବର୍ଦ୍ଧିତ ଦର ଦେବାକୁ ପଡ଼ିବ। ନିଜ ବାସଭବନରୁ ଅଫିସକୁ ଯିବାଆସିବା, ଅଫିସ୍ କାମରେ ବାହାରକୁ ଯିବାଆସିବା ଏବଂ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସରକାରୀ ଗାଡ଼ି ଉପଯୋଗ ପାଇଁ ମଧ୍ୟ ଏହି ଭଡ଼ା ଦରରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି।

ତେବେ ଦୀର୍ଘ ୮ ବର୍ଷ ପରେ ଏହି ଭଡ଼ା ବୃଦ୍ଧି କରାଯାଇଥିବା କହିଛି ଅର୍ଥ ବିଭାଗ। ଏହା ସହ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏବେ ମାସକୁ ସର୍ବାଧିକ ୩୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟକ୍ତିଗତ କାର୍ଯ୍ୟରେ ସରକାରୀ ଗାଡ଼ିର ଉପଯୋଗ ପାଇଁ ଅଫିସରଙ୍କୁ ୨ ହଜାର ୫୨୦ ଟଙ୍କା ଏବଂ ୩୦୦ ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ୪ ହଜାର ୨୦୦ଟଙ୍କା ଦେଉଥିବାବେଳେ, ଆସନ୍ତା ଫେବୃୟାରୀ ପହିଲାରୁ ଏହା ଯଥାକ୍ରମେ ମାସିକ ଭଡ଼ା ୩୦୦ ରୁ ଉର୍ଦ୍ଧ୍ବ କିଲୋମିଟର ଗଲେ ୩ ହଜାର ୭୮୦ ଟଙ୍କା ଏବଂ ୩୦୦ ରୁ ୫୦୦କିଲୋମିଟର ପର୍ଯ୍ୟନ୍ତ ଗଲେ ୬ ହଜାର ୩୦୦ଟଙ୍କା ଦେବାକୁ ପଡ଼ିବ। ଭୁବନେଶ୍ୱରରୁ କଟକ କିମ୍ବା କଟକରୁ ଭୁବନେଶ୍ୱର ଅଫିସ୍ କାମ ପାଇଁ ଯାଆସ କରୁଥିବା ଅଫିସରମାନଙ୍କ ମାସିକ ଭଡ଼ା ବାବଦ ଅର୍ଥ ୬ ହଜାର ଟଙ୍କାକୁ ଅପରିବର୍ତ୍ତିତ ରଖାଯାଇଛି। ଦୁଇଜଣ ଅଫିସର ଯଦି ଗୋଟିଏ ଗାଡିରେ ଯାତାୟତ କରନ୍ତି ତେବେ ୬ହଜାର ଟଙ୍କା ଭଡ଼ାକୁ ଉଭୟଙ୍କଠୁ ସମାନ ଭାଗରେ ଆଦାୟ କରାଯିବ।

ଜାରି ବିଜ୍ଞପ୍ତି ଅନୁସାରେ, ସଚିବ, ଅତିରିକ୍ତ ସଚିବ, ବିଭାଗୀୟ ମୁଖ୍ୟ ଓ ଆରଡିସି ମାନେ ଏବେ ମାସିକ ୧୬୮୦ଟଙ୍କା ବଦଳରେ ୨୫୨୦ଟଙ୍କା ଦେବେ। ସେହିପରି ପ୍ରଶାସନିକ ବିଭାଗୀୟ ଅଧିକାରୀ ଓ ମିଳିତ ଭାବେ ଗାଡ଼ି ଉପଯୋଗ କରୁଥିବା ବିଭାଗୀୟ ଅଧିକାରୀଙ୍କୁ ମାସିକ ୧୧୨୦ଟଙ୍କା ପରିବର୍ତ୍ତେ ୧୬୮୦ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଛି। ସରକାରୀ ଗାଡ଼ି ପାଇଥିବା ଅନ୍ୟ ଅଫିସରଙ୍କୁ ମାସିକ ୧୪୦୦ଟଙ୍କା ପରିବର୍ତ୍ତେ ୨୧୦୦ଟଙ୍କା ଏବଂ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଏସପି ମାସିକ ୧୧୨୦ଟଙ୍କା ପରିବର୍ତ୍ତେ ୧୬୮୦ଟଙ୍କା ଭଡ଼ା ଦେବେ।

Leave A Reply

Your email address will not be published.