ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଶ୍ରୀମନ୍ଦିର ବାହାରେ ହେବ ୱାଚ୍ ଟାୱାର: ପୃଥ୍ୱୀରାଜ ହରିଚନ୍ଦନ

0

ପୁରୀ: ପୁରୀର ଜଗନ୍ନାଥ ମନ୍ଦିର ଚାରିପାଖରେ ସୁରକ୍ଷା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ମନ୍ଦିର ବାହାରେ ଏକ ୱାଚ୍ ଟାୱାର ସ୍ଥାପନ କରିବା ବିଷୟରେ ଚିନ୍ତା କରୁଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଏହାଦ୍ୱାରା ‘ବେଆଇନ’ ଡ୍ରୋନ୍ ଉଡ଼ାଣ କାର୍ଯ୍ୟକଳାପ ଯାଞ୍ଚ କରିବା ସହ ଏହା କେଉଁଠୁ ଆସୁଛି ତାହା ଉଚ୍ଚତାରୁ ନିରୀକ୍ଷଣ କରିହେବ। ଏହା ସହିତ ଗର୍ଭଗୃହ ଫଟୋ ଭାଇରାଲ ଘଟଣାର ତଦନ୍ତ ଚାଲିଛି। ଯିଏ ବି ଏହା କରିଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚାରି ଦୁଆରରେ ସିସିଟିଭି ଜରିଆରେ କଡ଼ା ଯାଞ୍ଚ କରାଯାଉଛି। ମନ୍ଦିରକୁ ନିରୀକ୍ଷଣରେ ରଖିବା ପାଇଁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ଆଇନ ମନ୍ତ୍ରୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.