ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଓଲଟିଲା ଅତିରିକ୍ତ ଏସ୍‌ପିଙ୍କ ଗାଡ଼ି: ୪ ଆହତ

0

ଗଞ୍ଜାମ: ଗଞ୍ଜାମ ଜିଲା ଶାଳୁଆପଲି ଗାଁ ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଗଛକୁ ପିଟି ଓଲଟି ପଡ଼ିଲା ଅତିରିକ୍ତ ଏସପିଙ୍କ ଗାଡ଼ି। ଅତିରିକ୍ତ ଏସ୍‌ପି ଓ ତାଙ୍କ ପତ୍ନୀଙ୍କ ସହ ୪ ଆହତ ହୋଇଥିବା ସୂଚନା ମିଳିଚି। ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। କଟକରୁ ଫେରିବା ବେଳେ ଶାଳୁଆପଲି ଗାଁ ନିକଟରେ ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ କୌଣସି କାମରେ ନିଜ ପୈତୃକ ଘର ବାଲେଶ୍ଵର ଯାଇ ସ୍ତ୍ରୀ ଓ ଶାଶୁଙ୍କ ସହ ଭଞ୍ଜନଗର ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଗଛରେ ପିଟିହୋଇ ଓଲଟି ପଡ଼ିଲା ଏଏସପି ରଞ୍ଜନ କୁମାର ଦେଙ୍କ ଗାଡ଼ି। ଏଥିରେ ଅତିରିକ୍ତ ଏଏସପିଙ୍କ ସମେତ ଶାଶୁ, ସ୍ତ୍ରୀ ଏବଂ ଡ୍ରାଇଭର ଆହତ ହୋଇଛନ୍ତି। ସ୍ଥାନୀୟବାସିନ୍ଦା ସମସ୍ତଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ପଠାଇଥିଲେ। ପରେ ସମସ୍ତ ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ଆଜି କଟକ-ସମ୍ବଲପୁର ରାସ୍ତା ଦ୍ୱାରବତୀପୁର ଗାଁ ନିକଟରେ ଏକ ପିକନିକ୍ ବସ୍ ରାସ୍ତା କଡକୁ ଓଲଟି ପଡିବାରୁ ୨ ଜଣ ଆହତ ହୋଇଛନ୍ତି। ସମସ୍ତେ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ବସଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି। ତେବେ ୨ ଆହତଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.