ନୂଆଦିଲ୍ଲୀ: ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ଜଣ ପୋଲିସ ଅଧିକାରୀ ପାଇବେ ପଦକ। ଓଡ଼ିଶା ପୋଲିସରେ କାର୍ଯ୍ୟରତ ସୁପରିଟେଣ୍ଡଣ୍ଟ ପୋଲିସ ସରୋଜ ସାମଲ ପାଇବେ ରାଷ୍ଟ୍ରପତି ପୁରସ୍କାର। କନଷ୍ଟେବଲ ସତ୍ୟବାଦୀ ମଲ୍ଲିକ ପାଇବେ ରାଷ୍ଟ୍ରପତି ପୁରସ୍କାର। ସାହସିକତା ପାଇଁ ୬ ଜଣଙ୍କୁ ମିଳିବ ଗ୍ୟାଲେଣ୍ଟ୍ରି ଆଓ୍ବାର୍ଡ। ଏସଆଇ ଗିରିଶ ଚନ୍ଦ୍ର ମାଝୀ, ହାବିଲଦାର ପବିତ୍ର କୁମାର ସାହୁ, ଉମେଶ ମୁଣ୍ଡ, ପୀତାମ୍ବର ସତନାମ, କବିଚନ୍ଦ୍ର ରାଉତ, ସୁଶାନ୍ତ କୁମାର ସାହୁଙ୍କୁ ମିଳିବ ପୋଲିସ ସାହସିକତା ପୁରସ୍କାର। କନଷ୍ଟେବଳ ପାରିତୋଷ ମଣ୍ଡଳ, ମହମ୍ମଦ ତୋସିଫ ରବିନା, ଦେବୀ ପ୍ରସାଦ ମହାନ୍ତି ଏସଆଇ ଅବଦୁଲ ଫାୟାଜ, ତ୍ରିଲୋଚନ ବୁଦ୍ଧିଆ, ନରେଶ ଚୌଧୁରୀ, ଏଏସଆଇ ଶରତ ଚନ୍ଦ୍ର ବେହରା, ତେଜବାହାଦୂର ଗୁରୁଜଂଗସ, ହାବିଲଦାର ଅତୁଲ କୁମାର ବିଶ୍ବାଳ, ଜୟନ୍ତୀ ସୁନା, ମନୋଜ କୁମାର ଜେନାଙ୍କୁ ମିଳିବା ପ୍ରସଂଶନୀୟ ସେବା ମେଡାଲ। ସେହିପରି ଅଗ୍ନିଶମ ବାହୀନିରେ ରାଷ୍ଟ୍ରପତି ବିଶିଷ୍ଟ ସେବା ମେଡାଲ ପାଇବେ ଲିଡିଂ ଫାୟାରମ୍ୟାନ୍ ଭ୍ରମରବର ସେଠୀ। ପ୍ରଶଂସନୀୟ ସେବା ପାଇଁ ପ୍ରଶାନ୍ତ କୁମାର ସାହୁ, ବିଶ୍ବରଂଜନ, ଅଭିମନ୍ଯୁ ପ୍ରଧାନ, ନରେନ୍ଦ୍ର କୁମାର ଭଲ୍ଲାଙ୍କୁ ସମ୍ମାନିତ କରାଯିବ।
ପ୍ରମୁଖ ଖବର
ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ