ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ପୁଞ୍ଜି ବଜାର ଅସ୍ଥିର, ନିବେଶକାରୀ ଚିନ୍ତାରେ

0

ନୂଆଦିଲ୍ଲୀ: ଭାରତର ପୁଞ୍ଜି ବଜାରରେ ଅସ୍ଥିରତାର ସାଂଘାତିକ ପ୍ରଭାବ ପଡିଲାଣି । ଗୋଟିଏ ପଟେ କ୍ଷତି ସହିନପାରି ଏକ ଗାର୍ମେଣ୍ଟ କଂପାନିର ପରିଚାଳନା ନିର୍ଦେଶକ ହର୍ଷଦ ଠକର ଲୁଚିଛନ୍ତି । ତାଙ୍କର ପତ୍ତା ମିଳୁନାହିଁ । ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ହର୍ଷଦଙ୍କ କଂପାନିର ମୂଲ୍ୟ ଗତ ୬ମାସ ଧରି ହ୍ରାସ ପାଇ ଚାଲିଥିଲା । ପରିଣାମ ହେଲା ତାଙ୍କର ବଜାର ପୁଞ୍ଜି ଏକହଜାର କୋଟି ଟଙ୍କା କମିଯାଇଥିଲା ।
ଏପଟେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରିବା ଆରମ୍ଭ କରିଦେଲେଣି । ସେପ୍‍ଟେମ୍ୱର ମାସରେ ପାଖାପାଖି ୨୧ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ । ଚଳିତମାସରେ ପାଖାପାଖି ୩୨ ହଜାର କୋଟି ଟଙ୍କା ଉଠାଇ ନେଲେଣି । ଏଥିସହିତ ପାଖାପାଖି ୯୦ ହଜାର କୋଟି ଟଙ୍କା ସେମାନେ ପ୍ରତ୍ୟାହାର କରିଥିବା ସୂଚନା ମିଳିଛି । ଏହାକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତା ବ୍ୟକ୍ତ କଲେଣି ।
ଉଲ୍ଲେଖଯୋଗ୍ୟ, ଆମେରିକା ଓ ଚୀନ୍‍ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଲଢେଇ, ଅଶୋଧିତ ତେଲ ବଜାରରେ ଅସ୍ଥିରତା ଏବଂ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା କାରଣରୁ ନିବେଶକମାନେ ଚିନ୍ତାରେ ଅଛନ୍ତି । ଠିକ ଏମିତି ଏକ ସମୟରେ ଭାରତର ଷ୍ଟକ ବଜାରରେ ନିବେଶରୁ ଉପଯୁକ୍ତ ଲାଭ ମିଳୁନଥିବାରୁ ଅର୍ଥନୈତିକ ମେରୁଦଣ୍ଡ ଦୋହଲିଲାଣି । ଏଣୁ ସେମାନେ ମୂଳ ପୁଞ୍ଜି ବଞ୍ଚାଇବା ଲାଗି ସେୟାର ଓ ବଣ୍ଡ ବିକ୍ରି କରିବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.