ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0

ବଣାଇ: ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀଙ୍କ ଅମାପ ସମ୍ପତ୍ତି ଠାବ କଲା ଭିଜିଲାନ୍ସ। ସକାଳୁ ସକାଳୁ ବଣାଇ ପିଏ ବିଶ୍ୱଦର୍ଶୀ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ଚଢାଉ ବେଳେ ପୁଳାପୁଳା ପ୍ଲଟ୍‌, ଫ୍ଲାଟ୍ ଓ ସୁନା ଜବତ କରିଛି ଭିଜିଲାନ୍ସ। ଏବେବି ଚଢାଉ ଜାରି ରହିଥିବା ବେଳେ ଆଗକୁ ଆହୁରି ସମ୍ପତ୍ତି ଠାବ ହେବା ନେଇ ଆଶଙ୍କା ରହୁଛି।
ସୂଚନା ଅନୁସାରେ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଅଧିକାରୀଙ୍କ ସରକାରୀ ଘର ଏବଂ ବାସଭବନରେ ଚାଲିଛି ରେଡ୍। ଚଢାଉ ବେଳେ ଇଭୋସ୍ ଗାଲାକ୍ସିରେ ଫ୍ଲାଟ୍ ପାଇଁ ୧୫.୭୫ଲକ୍ଷ ଆଡ୍‌ଭାନ୍ସ ଦେଇଥିଲେ ପିଏ ବାବୁ। ଏହାଛଡା ଚଢାଉ ବେଳେ ଭୁବନେଶ୍ବରରୁ ୨ଟି ଫ୍ଲାଟ୍, ଓଲ୍ଡଟାଉନରେ ୨ ମହଲା କୋଠା, ଭୁବନେଶ୍ବର ଓ ପୁରୀରେ ୯ଟି ଦାମୀକିଆ ଫ୍ଲାଟ୍, ୧୫୦ ଗ୍ରାମ ସୁନା, ବ୍ୟାଙ୍କ ଜମା ଓ ନଗଦ ୨ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ।

ଭୁବନେଶ୍ଵରର ୩ଟି ସ୍ଥାନ ସମେତ ବାଲେଶ୍ଵର, ଯାଜପୁର ଓ ବଣାଇର ଦୁଇଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ। ପୁରୁଣା ଭୁବନେଶ୍ଵର ଶ୍ରୀରାମ ନଗର ଅଞ୍ଚଳରୁ ଏକ ଦୁଇ ମହଲା କୋଠା, ଭୁବନେଶ୍ଵର ଲକ୍ଷ୍ମୀସାଗର ଅଂଚଳରେ ଗୋଟିଏ ଫ୍ଲାଟ, ଖାରବେଳନଗର ୟୁନିଟ ୩ ଅଞ୍ଚଳରେ ଗୋଟିଏ ଫ୍ଲାଟ, ବାଲେଶ୍ଵର ଏସଏନ ସେନ ରୋଡ ଅଂଚଳରେ ଗୋଟିଏ ଫ୍ଲାଟ, ଯାଜପୁର ସମ୍ପର୍କୀୟଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ। ସେହିପରି ସୁନ୍ଦରଗଡ଼ ବଣାଇରେ ଥିବା ସରକାରୀ ବାସଭବନ ଏବଂ ଆଇଟିଡିଏ ଅଫିସରେ ରେଡ୍ କରୁଛି ଭିଜିଲାନ୍ସ । ଚଢାଉରେ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପି ଏବଂ ୧୦ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି।

Leave A Reply

Your email address will not be published.