ପ୍ରମୁଖ ଖବର

ଭୁବନେଶ୍ୱରର ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରାବାସରେ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା
ଅଣ୍ଡରୱେଟ୍ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ପାଇଁ ବଢ଼ିଲା ଖର୍ଚ୍ଚ, ପ୍ରତିଦିନ ମିଳିବ ୧୮ ଟଙ୍କାର ପୋଷଣ
ପିପିଲିରେ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଜବତ
ଏସଟି, ଏସସି ଓ ଏସିବିସି ପାଇଁ ସଂରକ୍ଷଣ ବୃଦ୍ଧି, ୨୦୨୬-୨୭ରୁ ଲାଗୁ ହେବ ନୂଆ ନୀତି
ପୁଣି ବଢ଼ିଲା ବସ୍ ଭଡ଼ା, ଯାତ୍ରୀଙ୍କ ପକେଟକୁ ଝଟକା
ମଦର ଡେରୀର ନୂଆ ପଦକ୍ଷେପ: ମାଟିରେ ମିଶିଯିବ କ୍ଷୀର ପାଉଚ୍
ବିଜେପି ଛାଡ଼ିଲେ କେ. ଆନ୍ନାମଲାଇ, ଶୀଘ୍ର ଗଠନ କରିପାରନ୍ତି ନୂଆ ଆଞ୍ଚଳିକ ଦଳ

ଓଡିଶାକୁ କୃମିମୁକ୍ତ କରିବାକୁ ଦେଢ଼ କୋଟିରୁ ଅଧିକ ଲୋକ ଖାଇବେ କୃମି ଔଷଧ

0

ଭୁବନେଶ୍ବର: ଆସନ୍ତା ୧୦ ତାରିଖରେ ରାଜ୍ୟରେ ବ୍ୟାପକ ଭାବେ ପାଳନ ହେବ ଜାତୀୟ କୃମିନାଶକ ଦିବସ। ମହିଳା ଓ ଶିଶୁଙ୍କ ଉନ୍ନତ ସ୍ବାସ୍ଥ୍ୟ, ଭଲ ପୋଷଣ, ଉତ୍ତମ ଶାରୀରିକ ଏବଂ ମାନସିକ ବିକାଶକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ହୋଇଛି। ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ, କେନ୍ଦ୍ର ସରକାର ଏବଂ ବେସରକାରୀ ବିଦ୍ୟାଳୟ ସହିତ ଅଙ୍ଗନଓ୍ବାନି କେନ୍ଦ୍ର, ପ୍ଲେ ସ୍କୁଲ, ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁସନ ଓ ଶିକ୍ଷାଭିତ୍ତିକ ଅନୁଷ୍ଠାନରେ କୃମିନାଶକ ଦିବସ ପାଳନ କରାଯିବ।

ଓଡିଶାକୁ କୃମିମୁକ୍ତ କରିବାକୁ ପ୍ରୟାସ ଜାରି ରହିଛି। ମହିଳା ଓ ଶିଶୁଙ୍କ ଉନ୍ନତ ସ୍ବାସ୍ଥ୍ୟ, ଠିକ ପୋଷଣ, ଉତ୍ତମ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଆସନ୍ତା ୧୦ ତାରିଖରେ ଜାତୀୟ କୃମିନାଶକ ଦିବସକୁ ବ୍ୟାପକ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ଉକ୍ତଦିନ ୧ରୁ ୧୯ ବର୍ଷ ବୟସର ବାଳିକାବାଳକ ଓ ୨୦ରୁ ୨୪ ବର୍ଷର ପ୍ରଜନନକ୍ଷମ ମହିଳାଙ୍କୁ ମିଶାଇ ମୋଟ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ କୃମିନାଶକ (ଦ୍ରବଣ/ବଟିକା) ଔଷଧ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ନିକଟସ୍ଥ ବିଦ୍ୟାଳୟ ଏବଂ ଅଙ୍ଗଓ୍ବାଡି କେନ୍ଦ୍ରରେ ଶିକ୍ଷକ, ଅଙ୍ଗନଓ୍ବାଡି କର୍ମୀ ଓ ଆଶାକର୍ମୀଙ୍କଠାରୁ ଔଷଧ ଖାଇବେ।

ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଓ ୟୁନିସେଫ ପକ୍ଷରୁ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ଡା. ସଂଯୁକ୍ତା ସାହୁ ଏହି ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଉକ୍ତ ଦିନ ତଥା ଏହି ମାସରେ ସରକାରୀ ଟିକାକରଣ କେନ୍ଦ୍ର ଓ ସ୍ବତନ୍ତ୍ର ଭିଚ୍‌ଏନ୍‌ଡି ପ୍ରୋଗ୍ରାମରେ ୯ ମାସରୁ ୬୦ ମାସ ବୟସର ସମସ୍ତ ପିଲାଙ୍କୁ ବୟସ ମୁତାବକ ଉପଯୁକ୍ତ ମାତ୍ରାରେ ‘ଭିଟାମିନ ଏ’ ଦ୍ରବଣ ମଧ୍ୟ ଦିଆଯିବ। ଯେଉଁମାନେ ୧୦ ତାରିଖରେ ଔଷଧ ଖାଇପାରି ନ ଥିବେ ସେମାନଙ୍କୁ ୧୭ ତାରିଖରେ ପ୍ରଦାନ କରାଯିବ।

Leave A Reply

Your email address will not be published.