ସୁନ୍ଦରଗଡ଼: ଏଣିକି ରାତି ଅଧ ଯାଏ ଦୋକାନ ଖୋଲିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ସହରର ବିଭିନ୍ନ ଛକରେ ରାତି ଅଧଯାଏଁ ଚା’ ଏବଂ ପାନ ଦୋକାନ ଖୋଲା ରହୁଛି। ଉକ୍ତ ଦୋକାନୀଙ୍କୁ ଟାଉନ ଥାନା ଅଧିକାରୀଙ୍କ କଡ଼ା ତାଗିଦ୍। ରାତି ୧୦ଟାରେ ଦୋକାନ ବନ୍ଦ କର, ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ସୁନ୍ଦରଗଡ଼ ପୌରପାଳିକାରେ ଥିବା ଚା’ ଏବଂ ପାନ ଦୋକାନୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଟାଉନ ଥାନା ଅଧିକାରୀ। ସୁନ୍ଦରଗଡ଼ ସହରର ବିଭିନ୍ନ ଛକରେ ରାତି ଅଧଯାଏଁ ଚା’ ଏବଂ ପାନ ଦୋକାନ ଖୋଲା ରହୁଛି। ଏଥିଯୋଗୁଁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଅସାମାଜିକମାନେ ଏଠାରେ ଆଡ୍ଡା ଜମାଉଛନ୍ତି।
ଏଠାରେ ଏକାଠି ହୋଇ ବିଭିନ୍ନ ଅପରାଧ ଘଟାଇବାକୁ ମାଷ୍ଟର ପ୍ଲାନ କରୁଛନ୍ତି। ତେଣୁ ରାତି ୧୦ଟା ହେଲେ ଦୋକାନ ବନ୍ଦ କରିବାକୁ ଟାଉନ ଥାନା ଅଧିକାରୀ ନୋଟିସ ଜାରି କରିଛନ୍ତି। ସୁନ୍ଦରଗଡ଼ରେ କିଛି ଦିନ ହେବ ଚୋରି, ଲୁଟ୍ ଏବଂ ଡକାୟତି ଘଟଣା ବଢୁଥିବାରୁ ଥାନା ଅଧିକାରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ